ଦଶମ ଶ୍ରେଣୀ ପିଲା ଆଜି ଠାରୁ ବିଦ୍ୟାଳୟରେ କ୍ଳାସ କଲେ
ସାକ୍ଷୀଗୋପାଳ ---- ରାଜ୍ୟ ସରକାରଙ୍କ ନିସ୍ପତି ଅନୁଯାୟୀ ଆଜିଠାରୁ ଦଶମ ଶ୍ରେଣୀରେ ପଢିବା ଆରମ୍ଭ ହୋଇଛି । ଏହି ଅବସରରେ ସତ୍ୟବାଦୀ ବ୍ଳକରେ ଥିବା ୨୫ ଗୋଟି ସରକାରୀ ଓ ଅପ୍ରଗେଡ ବିଦ୍ୟାଳୟର ଦଶମ ଶ୍ରେଣୀର ଛାତ୍ର ଛାତ୍ରୀ ମାନେ ପାଠ ପଢ଼ା ଆରମ୍ଭ ହୋଇଛି । ଏଥିପାଇଁ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ବେଶ ଆଗ୍ରହ ପ୍ରକାଶ ପାଇଛି । ସରକାରଙ୍କ ଗାଇଡି ଲାଇନ ଅନୁଯାୟୀ ପିଲା ମାନଙ୍କ ପାଇଁ ସାନିଟାଇଜର, ମାସ୍କ ଓ ସାମାଜିକ ଦୂରତା ରକ୍ଷା କରିବା ଉପରେ ଗୁରୁତ୍ୱ ଦିଆଯାଇଛି । ଗୋଟିଏ ରୁମରେ ୨୦ରୁ ୨୫ ଜଣ ଛାତ୍ର ଛାତ୍ରୀ ଅଧ୍ୟୟନ କରିବେ । ଆବଶ୍ୟକ ପଡିଲେ ଛାତ୍ର ଛାତ୍ରୀଙ୍କ ଉପସ୍ଥାପନ ଅଧିକ ହେଲେ କ୍ଳାସରୁମ ବଡାଯିବ , ଖେଳ, ପ୍ରାର୍ଥନା, ଛାତ୍ର ଛାତ୍ରୀ ମାନେ ଏକାଠି ନ ହେବା, କେହି କାହାର ପାଣି ବୋତଳ ବା ଟିଫନି ଖାଇବେ ନାହିଁ ବୋଲି ଜିଲ୍ଲା ଶିକ୍ଷା ଅଧିକାରୀ ନିରଞ୍ଜନ ସାହୁ ଅଚାନକ ସତ୍ୟବାଦୀ ହାଇସ୍କୁଲ ପରିଦର୍ଶନ କରିବା ସହ ଛାତ୍ର ମାନଙ୍କୁ କୋଭିଡ-୧୯ ଆଇନ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ତାଙ୍କ ସହିତ ବ୍ଳକ ଉପଶିକ୍ଷା ଅଧିକାରୀ ଆରତ୍ରର୍ତ୍ତାଣ ମିଶ୍ର ରହିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଭବମ ପ୍ରଧାନଙ୍କ ସହ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ଓ ବିଦ୍ୟାଳୟର ପରିଚାଳନା କମିଟିର ସଭାପତି ସନାତନ ସାହୁ ଉପସ୍ଥିତ ରହିଥିଲେ । ସେହିପରି ବାଳିକା ହାଇସ୍କୁଲ, ବୀରଗୋବିନ୍ଦପୁର ଓ ସତ୍ୟବାଦୀର ବିଭିନ୍ନ ହାଇସ୍କୁଲ ଜିଲ୍ଲା ଶିକ୍ଷା ଅଧିକାରୀ ପରିଦର୍ଶନ କରିଥିବାର ଜଣାପଡିଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୮/୧/୨୦୨୧---୬,୫୦



