ads

Breaking News

ପୂର୍ବତନ ସରପଞ୍ଚ ସୁନୀଲ ନନ୍ଦଙ୍କ ପାଇଁ ସ୍ମୃତିଚାରଣ ସଭା


ବରୀ- ବରୀ ବ୍ଲକ ଅନ୍ତର୍ଗତ  ବାଇଁଶିରିଆ ପଞ୍ଚାୟତର ପୂର୍ବତନ ସରପଞ୍ଚ,ସମିତିସଭ୍ୟ, ବିଂଝାରପୁର ବିଧାୟୀକାଙ୍କ ପ୍ରତିନିଧି, ପ୍ରସ୍ତାବିତ କୃଷ୍ଣଚନ୍ଦ୍ର କର ସ୍ୱାସ୍ଥ୍ୟ କେନ୍ଦ୍ରର ସଭାପତି, ନବଭାରତୀ ବିଦ୍ୟା ଭବନର ପୁରାତନ ଶିକ୍ଷକ,  ବାଇଁଶିରିଆ କୃଷି ସେଵା ସମବାୟ ସମିତିର ସଭାପତି,ରୁକ୍ମଣୀ ଦେବି ବାଳିକା ବିଦ୍ୟାଳୟର ସମ୍ପାଦକ ଓ ସଭାପତି, ବାଇଁଶିରିଆ ବୀଣାପାଣି ପାଠାଗାରର ସଭାପତି ଥିଲେ। ଆଜି ସୁନୀଲ ନନ୍ଦଙ୍କ ଉଦେଶରେ ଏକ ସ୍ମୃତିଚାରଣ ସଭା ବାଇଁସିରିଆ ପଞ୍ଚା ୟତ ସ୍ଥିତ ରାଧାମୋହନ ଜୀଉ ମନ୍ଦିର ସମୁଖରେ ଅନୁଷ୍ଠିତ ହୋଇଯାଇଛି। ପାରମ୍ଭରେ ସ୍ବର୍ଗତ ଆତ୍ମାର ସଦଗତି  ନିମନ୍ତେ ୨ ମିନିଟ ନିରବ ପ୍ରାର୍ଥନା କରି ନନ୍ଦଙ୍କ ଫୋଟୋ ଚିତ୍ରରେ ପୁଷ୍ପମାଲ୍ୟ ବେଇ ସ୍ମୃତିଚାରଣ କରାଯାଇଥିଲା। ଅନୁଷ୍ଠିତ ସଭାରେ ଶ୍ୟାମ ସୁନ୍ଦର ନନ୍ଦ ସଭାପତିତ୍ୱ କରିଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ବରୀ ବିଧାୟିକା ସୁନନ୍ଦା ଦାସ,ସାମାଜିକ କର୍ମୀ ସତ୍ୟ କର, ସରପଂଚ ,ସମିତିସଭ୍ୟ,ବିଷୁ ଚରଣ ମିଶ୍ର,ଦୁର୍ଗା ମାଧବ ନନ୍ଦ,ରାଧାନାଥ ନନ୍ଦ,ନିରଞ୍ଜନ ଦାସ,କୈଳାଷ ଦାସ ,ନାରାୟଣ ନାୟକ ପ୍ରମିଖ ଉପସ୍ଥିତ ରହି ନନ୍ଦଙ୍କ ଜୀବନି  ଉପରେ ବିଶେଷ ବିବରଣୀ ପାଠ କରିଥିଲେ।

ବରୀରୁ ଦର୍ଶନ ବେହେରା

ads

Blog Archive

Popular Posts