ads

Breaking News

ଗାନ୍ଧୀ ଜୟନ୍ତୀ ଅବସରରେ ରୋଟାରୀ କ୍ଲବ ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ



ଜଟଣୀ -ଗାନ୍ଧୀ ଏବଂ ଶାସ୍ତ୍ରୀ ଜନ୍ମ ଜୟନ୍ତୀ ଅବସରରେ ରୋଟାରୀ କ୍ଲବ ଆନୁକୂଲ୍ୟରେ ସୁରକ୍ଷା ମଞ୍ଚ ସହଯୋଗରେ ସ୍ଥାନୀୟ ରୋଟାରୀ କ୍ଲବ ପରିସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ।ମହାମାରୀ କରୋନା ସମୟରେ ରକ୍ତର ଅଭାବକୁ ଦୂରକରିବାର ପ୍ରୟାସ ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ ନିଆଯାଇଛି ।  କରୋନାର ସମସ୍ତ କଟକଣା ମଧ୍ୟରେ ସମୁଦାୟ ବତିଶ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି । ଖୋର୍ଦ୍ଧା ବ୍ଲଡ଼ ବ୍ୟାଙ୍କ ସହାୟତାରେ ଡ଼ଃ. ଜିତେନ୍ଦ୍ର କୁମାର ପଣ୍ଡାଙ୍କ ତତ୍ୱାବଧାନରେ ରକ୍ତଦାନ ଶିବିର ପରିଚାଳନା ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ସୁରକ୍ଷା ମଞ୍ଚର ସଭାପତି ଶ୍ରୀ ଶିବପ୍ରସାଦ ମହାନ୍ତି ଓ ରୋଟାରୀ କ୍ଲବର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ । 
ଜଟଣୀରୁ -ରଙ୍ଗନାଥ ବେହେରା

ads

Blog Archive

Popular Posts