ads

Breaking News

ବିଧାୟକ ଉମାକାନ୍ତ ସାମନ୍ତରାୟଙ୍କ ଆଶୁ କାମନା କରି ସମୂହ ଦୀପ ଦାନ


 ସାକ୍ଷୀଗୋପାଳ  ----- ରାଜ୍ୟରେ ମହାମାରୀ କରୋନା ତାର କାୟାବିସ୍ତାର କରି ଚାଲିଛି । କମିବାର ନାଁ ଗନ୍ଦ ଧରୁନାହିଁ । ସତ୍ୟବାଦୀର ଯୁବ ବିଧାୟକ ଉମାକାନ୍ତ ସାମନ୍ତରାୟ ଏବେ ମହାମାରୀ କରୋନା ରୋଗରେ ଅକ୍ରାନ୍ତ ହୋଇଛନ୍ତି । ତାଙ୍କୁ ଭଲ ପାଉଥିବା ତଥା ପେଣ୍ଠପଡା ସରପଞ୍ଚ ବାସନ୍ତୀ ବେହେରାଙ୍କ ନେତୃତ୍ୱରେ କୋଷାଳେଶ୍ୱର ମହାଦେବଙ୍କ ମନ୍ଦିର ସମ୍ମୁଖରେ ସମୂହ ଦୀପଦାନ ଅନୁଷ୍ଠିତ ହୋଇଯାଇଛି । ବିଧାୟକଙ୍କର ଆଶୁ କାମନା କରି ଦେବ ଦେବ ମହାଦେବ ଓ ମା ପାର୍ବତୀ, ଗଣେଶଙ୍କ ପାଖରେ ଦୀପଦାନ କରାଯାଇଥିଲା । ଏଥିରେ ଜିଲ୍ଲା ପରିଷଦ ସଭ୍ୟ ପ୍ରହଲ୍ଲାଦ ଘଟୁଆରୀ, ସମିତିସଭ୍ୟ ଗିତାଞ୍ଜଳି ଭୋଇ , ପେଣ୍ଠପଡା ପଞ୍ଚାୟତର ପୂର୍ବତନ ସରପଞ୍ଚ ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ଦେବ ମହାପାତ୍ର ଓ ପଞ୍ଚାୟତର ସଭାପତି ଅନିଲ କୁମାର ସାହୁ, ୱାର୍ଡ ସଭ୍ୟ ଶାନ୍ତିଲତା  ଭୋଇ, ୱାଡ ସଭ୍ୟ ଅରିଆ ବେହେରା, ଘନଶ୍ୟାମ ସାହୁ, ଗୋବିନ୍ଦ ଦଳାଇ, ଉପେନ୍ଦ୍ର ବିଶ୍ୱାଳ, ନିରୁ ବେହେରା, ଶେଖ ମୁସଲିମ, ସୁଶାନ୍ତ ଭୋଳ , ସୁନିଲ କୁମାର ପଣ୍ଡା ପ୍ରମୁଖ ଦୀପ ଦାନ କରିଥିଲେ । ସେହିପରି ଶୁକଳ ଗ୍ରାମ ପଞ୍ଚାୟତରେ ବାଁ ବରଡା ଗ୍ରାମରେ ଥିବା ଜଗନ୍ନାଥ ମନ୍ଦିରରେ  ଶୁକଳ ସରପଞ୍ଚରୁନା ସେଠୀ, ସମିତିସଭ୍ୟ ଜଳନ୍ଦର ସେଠୀ , ବିଜେଡି ଦଳର ଶୁକଳ ଗ୍ରାମ ପଞ୍ଚାୟତର ସଭାପତି ଓକିଲ ସେନାପତି ଓ ମହିଳା ମହାସଂଘର ସଦସ୍ୟା ମାନେ ଉପସ୍ଥିତ ରହି ବିଧାୟକଙ୍କର ଆଶୁ କାମନା କରି ସମୂହ ଦୀପ ଦାନ କରିଥିବାର ଜଣାପଡିଛି ।
ଆଜି ବିଜୁ ଜନତାଦଳ ସତ୍ଯଵାଦୀ ତରଫରୁ ଵାଟମହାଵୀର ମନ୍ଦିର ପ୍ରାଙ୍ଗଣରେ ମହାମାରୀ କରୋନାରେ ପିଡିତ ମାନ୍ୟବର ବିଧାୟକ ଉମାକାନ୍ତ ସାମନ୍ତରାୟଙ୍କ ଆଶୁ ଆରୋଗ୍ୟ କାମନା କରି ଦୀପଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି  କାର୍ଯ୍ୟକ୍ରମରେ ବିଜେଡି ସଭାପତି ପ୍ରମୋଦ କୁମାର ରାଉତରାୟ,୩୨ ନଂ ଜିଲ୍ଲା ପରିଷଦ ସଦସ୍ୟ ପ୍ରହଲ୍ଲାଦ ଘଟୁଆରୀ,୩୧ ନଂ ଜିଲ୍ଲା ପରିଷଦ ସଦସ୍ଯାଙ୍କ ପ୍ରତିନିଧି ଦେବାଶିଷ ରାୟ, ଅଧ୍ୟକ୍ଷାଙ୍କ ପ୍ରତିନିଧି ଶଙ୍କର ପ୍ରଧାନ, ପୂର୍ବତନ ସରପଞ୍ଚ ଦେବେନ୍ଦ୍ର ମହାପାତ୍ର,ଶରତ ରାଉତ ,ଦେବୀ ପ୍ରସାଦ ଘଟୁଆରୀ,ଯୁଵସଂଗଠକ ସୁରେଶ କୁମାର ସାହୁ,ଜାନକୀ ମହାପାତ୍ର, ସୁବାଷ ପ୍ରଧାନ,କୁନା ପାତ୍ର, ରାକେଶ କୁମାର ବରାଳ , ବିରଞ୍ଚିନାରାୟଣ ଦାସ ଜୟପୁର ପଞ୍ଚାୟତର ମହିଳା ସଭାନେତ୍ରୀ ଯମୁନା ବେହେରା ଏବଂ ଦଳର ବରିଷ୍ଠ କାର୍ଯ୍ୟକର୍ତ୍ତା ଏବଂ କର୍ମୀମାନେ ଯୋଗଦାନ କରିଥିଲେ।

 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି 

ads

Blog Archive

Popular Posts