ads

Breaking News

ମେନ୍ କେନାଲରୁ ଶବ ଉଦ୍ଧାର କଲେ ଗ୍ରାମବାସୀ


କଳାହାଣ୍ଡି - କଳାହାଣ୍ଡି ଜିଲ୍ଲା ଇନ୍ଦ୍ରାବତୀ ମେନ୍ କେନାଲ୍ ଜୁନାଗଡ ଥାନା ଅନ୍ତର୍ଗତ ବକ୍ସି ତୁଳସିପାଳି ଗ୍ରାମକୁ ଲାଗି ରହିଥିବା ମେନ୍ କେନାଲ୍ ପାଣି ଭିତରେ ଶବ ଭାସୁଥିବା ଗ୍ରାମ ବାସୀ ଦେଖି ଜୁନାଗଡ ପୋଲିସ କୁ ଜଣାଇଥିଲେ।
ଜୁନାଗଡ ଥାନା ଅଧିକାରୀ ଉତ୍ତମ କୁମାର ସାହୁ 
ଘଟଣା ସ୍ଥଳରେ ପହଞ୍ଚି  ଶବ ଉଦ୍ଧାର କରିଥିଲେ ।   ମୃତକଙ୍କ ଗ୍ରାମ ବକ୍ସି ତୁଳସିପାଳି  ଡମ୍ବରୁ ବାଗ ବୟସ (୩୫) ଶଙ୍କର ବାଗ ଙ୍କ ପୁଅ ବୋଲି ଜଣାପଡିଛି। ମୃତକଙ୍କ ସ୍ତ୍ରୀ ଓ ୭ବର୍ଷର ପୁଅ ,୩ ବର୍ଷର ଝିଅ ଅଛନ୍ତି।
ମୃତକ ଅତି ଗରିବ ଅଟନ୍ତି ଏଣୁ ମୃତକ ଡମ୍ବରୁ ବାଗ ଗତକାଲି ଭୋର ୪ ଘଣ୍ଟା ସମୟରେ  ହଳ ଧରି ଜଙ୍ଗଲ କୁ ଯାଇଥିଲେ ସିଏ ଘରକୁ ଫେରି ନଥିଲେ ।
ଘର ଲୋକ ଖୋଜା ଖୋଜି ପରେ  ଆଜି ସଖାଲେ କେନାଲ୍ ରେ ଶବ ଭାସୁଥିବା  ଦେଖିଥିଲେ।
ମୃତକଙ୍କ ପରିବାର ଲୋକେ ହତ୍ୟା କରାଯାଇଛି ବୋଲି ସନ୍ଦେହ କରୁଛନ୍ତି । ହତ୍ୟା ନା ପାଣିରେ ବୁଡି ମରିଛି ଏବେ ଜନ ସାଧାରଣଙ୍କ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି । ଶବ ଟିକୁ ଉଦ୍ଧାର କରି ପୋଲିସ ବ୍ୟବଛେଦ ପାଇଁ ଜୁନାଗଡ ସ୍ୱାସ୍ଥ୍ୟକେନ୍ଦ୍ର କୁ ପଠାଇଛନ୍ତି । ଜୁନାଗଡ଼ ଥାନା ଅଧିକାରୀ ଉତ୍ତମ କୁମାର ସାହୁ  ତଦନ୍ତ ଜାରି ରଖିଛନ୍ତି ।
କଳାହାଣ୍ଡିରୁ ପ୍ୟାରୀ ଲାଲ ଦୁର୍ଗା ଙ୍କ ରିପୋର୍ଟ

ads

Blog Archive

Popular Posts