ads

Breaking News

ସାକ୍ଷୀଗୋପାଳ ଠାକୁରଙ୍କ କାଳୀୟ ଦଳନ ବେଶ


 ସାକ୍ଷୀଗୋପାଳ---   ପ୍ରଭୁ ଶ୍ରୀକୃଷ୍ଣଙ୍କ ଅପୂର୍ବ ଲୀଳା ମଧ୍ୟରେ କାଳୀୟ ଦଳନ ପର୍ବ ସାକ୍ଷୀଗୋପାଳ ମନ୍ଦିରରେ ଅନୁଷ୍ଠିତ ହୋଇଯାଇଛି । ଭାଦ୍ରବ କୃଷ୍ଣ ଏକାଦଶୀ ତିଥିରେ ଶ୍ରୀକୃଷ୍ଣ କାଳନ୍ଦୀ ହ୍ରଦକୁ ପଦ୍ମଫଲ ତୋଳିବାକୁ ଯାଇଥିିଲେ ।  ହ୍ରଦରେ ଲୁଚି ରହିଥିବା ବିଷଧର ସାପ କାଳୀୟ ନାଗ ଶ୍ରୀକୃଷ୍ଣଙ୍କୁ ଦଂଶନ କରିଥିଲା । ବିଷଜ୍ୱଳାରେ ପ୍ରଭୁ ଶ୍ରୀକୃଷ୍ଣ ଅଚେତ ହୋଇ ସେଠାରେ ପଡି ରହିଥିଲେ ।  ଭକ୍ତ ଗରୁଡ ଏକଥା ଜାଣିପାରି  ସେଠାରେ ପହଞ୍ଚି ବିଷ ହରଣ କରିବା ପରେ  ତାଙ୍କର ଚେତା ଫେରିଥିଲା । ପରେ ପରେ ଗରୁଡ ମହାପ୍ରଭୁଙ୍କୁ  ଅମୃତ ଲଡୁ ଖୁଆଇବାର  ଦୃଶ୍ୟ ବେଶ ମନମୁଗ୍ଧକର ହୋଇଥିଲା ।   ପାରମ୍ପରିକ ନୀତି ଅନୁସାରେ କୃଷ୍ଣବେଶ ଧାରୀ  ସାକ୍ଷୀଗୋପାଳ ମନ୍ଦିରର ଜଣେ ସେବକ ପଦ୍ମଫୁଲ ତୋଳିବା ପାଇଁ ରାଧାକୁଣ୍ଡକୁ ଯାଇ କାଳୀ ନାଗର ଦଂଶନ କରିବାରୁ ସେଠାରେ ସେ ଅଚେତ ହେଇଯାଇଥିଲେ । ସେହିପରି ଗରୁଡ ବେଶଧାରି ଗୋପାଳପୁର ପାଟଣା ଗ୍ରାମର ଗୁଡିଆ ସେବକ ନାରାୟଣ ମହାପାତ୍ର ଏହି ସେବାକୁ ନିଷ୍ଟାର ସହ ବଂଶାନୁକ୍ରମେ କରିଆସୁଛନ୍ତି ।  ମଠାପାଟ କୁ ପାଇଜାମା, ଅଣ୍ଟାରେ ଘଣ୍ଟିଘାଘୁଡି ମାଳ, ମୁଣ୍ଡରେ କୀରଟି, କାନରେ କୁଣ୍ଡଳ, ନାକରେ ଲମ୍ବାଥଣ୍ଟ, ବେକରେ ଫଲମାଳ, ଦୁଇହାତରେ ଡେଣା ଲଗାଇ ମଶାଲ ସହିତ ଘଣ୍ଟମାଡକରି ରାଧାକୁଣ୍ଡରେ ପହଞ୍ଚିବା ପରେ ଡଙ୍ଗା ସହାର୍ଯ୍ୟରେ ପୋଖରୀ ଭିତରକୁ ଯାଇ ଠାକୁରଙ୍କର ବିଷ ଅପହରଣ କରିଥିଲେ । ଗୋଧନ ବାହୁଡା ଧୂପ ପରେ ଠାକୁର ବିଜେ ପ୍ରତିମା ମଦନ ମୋହନ ଓ ଲବଣୀ ଚୋରା ସୁସଜିତ ବିମାନରେ ବସି ରଙ୍ଗଣିସାହି ସ୍ଥିତ ଲବଣିଖିଆ ମଣ୍ଡପରେ ବିଜେ କରିଥିଲେ । ବିଜେ କରିବା ଆଗରୁ ମନ୍ଦିରର ପୁରୋହିତ ଓ ପୁରାଣ ପଣ୍ଡିତ  ମଣ୍ଡପରେ ପ୍ରତିଷ୍ଠା ହୋମ କରାଯାଇଥିଲା । ମଣ୍ଡପରେ ଉକ୍ତ ସାହିରେ ଥିବା ଗୋପାଳ ପରିବାରର କୂଳବଧୁମାନେ ବନ୍ଦାପନା କରି ଠାକୁରଙ୍କୁ ସର, ଲବଣୀ,ମାଖନ, ରସାବଳି, ଛେନା, ଖୁଆ ବିଭିନ୍ନ କ୍ଷୀରଜାତ ସାମଗ୍ରୀ ସହିତ ଚୁଡାଘଷା,ଖଇ,ଉଖୁଡା, କୋରା,ଫଳମୂଳ ଆଦି ଭୋଗ କରିଥାନ୍ତି । ମାତ୍ର ମହାମାରି କରୋନା ଯୋଗୁ ସବୁ ଫିକା ପଡିଥିଲା ।

  ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି


ads

Blog Archive

Popular Posts