ads

Breaking News

ଦେଶୀ ଓ ବିଦେଶୀ ମଦ ଜବତ ; ୧ ଗିରଫ

ଡେଲାଙ୍ଗ ( ଅମୃତ ମିଡିଆ) ଡେଲାଙ୍ଗ ଥାନା ଅଞ୍ଚଳରେ ଦିନକୁ ଦିନ ଚୋରା ମଦ ବେପାରୀ ମାନଙ୍କର ରାଜ ଚାଲିଛି । ଏପରିକି ଲୋକମାନେ ଫୋନ କରି ଦେଲେମଦ ସେମାନଙ୍କ ପାଖରେ ପହଞ୍ଚି ଯାଉଛି । ଡେଲାଙ୍ଗ ଥାନାର ମହିଳା ସବଇନିସିପେକ୍ଟର ଲାଈକା ମହାରଣା ଓ ଉପେନ୍ଦ୍ର ଦାଶଙ୍କ ସହିତ ହାଟ ଡେଲାଙ୍ଗ ଫାଣ୍ଡି ଅଧିକାରୀ ଗଙ୍ଗାଧର ସାହୁ ସଦଳବଳେ ଘୋରଡିଆ ଗ୍ରାମର ଲକ୍ଷ୍ମୀଧର ଓରଫ ଗୁଙ୍ଗୁଡିଆ ରାଉତରାୟଙ୍କ ଘର ଉପରେ ଚଡାଉ କରି ଦେଶୀ ଓ ବିଦେଶୀ ମଦ ଜବତ କରିଥିବା ଜଣାପଡିଛି । ୩୦ ଗୋଟି ବିୟର, ୧୮୦ ମିଲି ଲିଟରରର ୧୮ ଟି ବିଭିନ୍ନ କମ୍ପାନୀର ବିଦେଶୀ ମଦ, ୨୫ ଗୋଟି ଛୋଟ ଦେଶୀ ମଦ ଜବତ କରିଥବା ବେଳେ ୧୮ ଗୋଟି ବଡ ଦେଶୀ ମଦ ଜବତ କରିବା ସହ ଶ୍ରୀ ରାଉତରାୟଙ୍କୁ ଗିରଫ କରାଯାଇଥିବା ଡେଲାଙ୍ଗ ଥାନା ଆଇଆଇସି ରଶ୍ମି ରଞ୍ଜନ ପଟ୍ଟନାୟକଙ୍କ ଠାରୁ ସୁଚନା ମିଳିଛି । 
ଡେଲାଙ୍ଗ ରୁ ଧୀରେନ୍ଦ୍ର ସେନାପତି

ads

Blog Archive

Popular Posts