ads

Breaking News

ଗହ୍ମାପୂର୍ଣ୍ଣମାରେ ଭକ୍ତ ଦାସିଆ ସ୍ମୃତି କମିଟି ପକ୍ଷରୁ ଆଧ୍ୟାତ୍ମିକ ପତ୍ରିକା ଭାବକୁ ନିକଟ ଲୋକାର୍ପିତ

ଡେଲାଙ୍ଗ ----  ପବିତ୍ର ରାକ୍ଷୀ ବନ୍ଧନ ଅବସରରେ ଭକ୍ତ ଦାସିଆ ସ୍ମୃତି କମିଟି ପକ୍ଷରୁ ଭୁବନେଶ୍ୱର ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟର ସଭାଗୃହରେ କୋଭିଡ-୧୯ ଆଇନ ଅନୁଯାୟୀ ଏକ ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଭକ୍ତ ଦାସିଆ ସ୍ମୃତି କମିଟିର ମୁଖ୍ୟ ନ୍ୟାସି ଡ. ପ୍ରତିଭା ମହାରଥୀ ଙ୍କ ସଭାପତିତ୍ୱ କରି ଦାସିଆ ବାଉରି ପୀଠର ଗରୁତ୍ୱ ଆରୋପ କରିବା ସହ ଆଧ୍ୟାତ୍ମିକ ଚିନ୍ତା ଧାରାର ବିକାଶ ଉପରେ ଗୁରୁତ୍ୱ ଦେଇଥିଲେ । ଏହି ସଭାରେ ସେଆ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଅଶୋକ କୁମାର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସାରା ବିଶ୍ୱକୁ ଦେଖାଯାଇଥବା କରୋନା ମହାମାରୀ ପ୍ରାକୃତିକ ଅସନ୍ତୁଳନର ପ୍ରଭାବ ଅଟୋ ବୋଲି କହିବା ସହ ପ୍ରଭୁ ଜଗନ୍ନାଥ ଏଇ ବିପଦରୁ ରକ୍ଷା କରି ପାରିବେ ବୋଲି କହିଥିଲେ ।ଏହି ସଭାରେ ସ୍ମୃତି କମିଟି ଦ୍ୱାରା ପ୍ରକାଶିତ ତ୍ରୟୋମାସିକ ଆଧ୍ୟାତ୍ମିକ ପତ୍ରିକା ଭାବକୁ ନିକଟର ତୁତୀୟ ସଂସ୍କରଣ ଲୋକାର୍ପିତ ହୋଇଥିଲା ।  ଅନ୍ୟତମ ସମ୍ମାନୀତ ଅତିଥି ଭାବେ ପ୍ରଭାତ କୁମାର ନନ୍ଦ  ଭକ୍ତ ଦାସିଆଙ୍କ ରଚିତ ଭାଗବତ ଓ ଆଗତକ ଭବିଷ୍ୟତ ମାଳିକା ସମ୍ପର୍କରେ ମତ ରଖିଥଲେ । ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସମ୍ପାଦକ ଡ. ଘନଶ୍ୟାମ ସ୍ୱାଇଁ ଅତିଥି ପରିଚୟ ଓ ସଭା ପରିଚାଳନା କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ନରେନ୍ଦ୍ର କୁମାର ସାହୁ, ଡ. ଚିତ୍ତ ରଞ୍ଜନ ମିଶ୍ର, ରୋହୀତ କାକର,  ଲବନ୍ୟ ଶବର , ଦେବେନ୍ଦ୍ର କୁମାର ସେନାପତି ପ୍ରମୁଖ ଉପସ୍ଥିତ ରହିଥିଲେ  । ଶେଷରେ ସରୋଜ କୁମାର ସାହୁ ଧନ୍ୟବାଦ ଦେଇଥିଲେ । 
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି 

ads

Blog Archive

Popular Posts