ads

Breaking News

ନିଆଁ ରେ ଅର୍ଦ୍ଧାଧିକ ପୋଡିଯାଇ ଥିବା ଛାତ୍ରୀଙ୍କ ମୃତ୍ୟୁ



 ଦିଗପହଣ୍ଡି-----ଦିଗପହଣ୍ଡି ବ୍ଲକ କଇଠଡା ପଞ୍ଚାୟତ  ଦ୍ବାରଗାଁର ଦଶମ ଶ୍ରେଣୀ ଛାତ୍ରୀ ମାମା ନାୟକ ସୋମବାର ଦିନ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଥିବା ଜଣାପଡିଛି। ସୂଚନା ପ୍ରକାରେ ଗତ ବୁଧବାର ଦିନ ମାମା ଙ୍କ ପରୀକ୍ଷା ଫଳ ବାହାରିଥିବା ଦିନ ହିଁ ଘରେ ରୋଷେଇ କରୁଥିବା ବେଳେ ଘରେ ନିଆଁ ଲାଗି ତାଙ୍କର ଶରୀର ର ଅର୍ଦ୍ଧାଧିକ ଅଂଶ ପୋଡି ଯାଇଥିଲା। ସେ ପରୀକ୍ଷାରେ ମଧ୍ୟ ଭଲ ନମ୍ବର ରଖି ପାସ କରିଥିଲେ। କିନ୍ତୁ ଟିକେ  ଅସବଧାନତା ଯୋଗୁ  ନିଆଁ ରେ ପୋଡି ଯିବାରୁ ତାଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ ଡ଼ାକ୍ତରଖାନାରେ ଚିକିତ୍ସା ଧିନ ଅବସ୍ଥାରେ ସୋମବାର ଦିନ ତାଙ୍କର ମୃତ୍ୟୁ  ଘଟିଥିବା ସୂଚନା ମିଳିଛି।ଏଭଳି ଦୁଃଖଦ ଘଟଣା ପ୍ରଚାରିତ ହେବାପରେ ତାଙ୍କ ପରିବାର ସହ ସାରା ଅଞ୍ଚଳରେ ଶୋକର ଛାୟା ସୃଷ୍ଟି ଖେଳିଯାଇଛି।ଧରାକୋଟ ରୁ କାଳୁ ଚରଣ ମହାପାତ୍ର

ads

Blog Archive

Popular Posts