ads

Breaking News

ମୃତ ଷଣ୍ଢ ଶବ ସତ୍କାର କଲେ ସରପଞ୍ଚ


ଓଡ଼ଗାଁ/କୁରାଳ - ଓଡ଼ଗାଁ ବ୍ଲକ ଅଞ୍ଚଳରେ ବଢୁଥିବା କରୋନା ଆକ୍ରାନ୍ତଙ୍କ ନିମିତ୍ତ ସମଗ୍ର ଅଞ୍ଚଳ ଏକ ପ୍ରକାର ଜନଶୂନ୍ୟ ହୋଇପଡିଛି ।
ସୂଚନା ଅନୁଯାୟୀ ଗତକାଲି ରାତିରେ ରଂଗଣିପାଟଣା ମୁଖ୍ୟ ରାସ୍ତାରେ କୌଣସି ଏକ ଗାଡି ସହ ଧକ୍କା ହୋଇ ଏକ ଷଣ୍ଢ ମୃତ ହୋଇଥିଲା । ଯାହା ଫଳରେ ମୁଖ୍ୟ ରାସ୍ତାରେ ଜନ ଜୀବନ କିଛି ସମୟ ନିମନ୍ତେ କଷ୍ଟକର ହୋଇପଡିଥିଲେ ସୁଦ୍ଧା କାହାର ବି ଏଥିପ୍ରତି ନଜର ନଥିଲା । ଖବର ପାଇ ରଂଗଣିପାଟଣା ସରପଞ୍ଚ ବିଦ୍ୟାଧର ସାହୁ ଘଟଣା ସ୍ଥଳରେ ପହଞ୍ଚି ମୃତ ଷଣ୍ଢର ଶବକୁ ଗ୍ରାମବାସୀଙ୍କ ସହାୟତାରେ ଏକ ଟ୍ରାକ୍ଟର ଯୋଗେ ନେବା ସହ ଶବ ସତ୍କାର ମଧ୍ୟ କରିଥିଲେ ।
ଉକ୍ତ ଘଟଣାକୁ ସ୍ଥାନୀୟ ଅଞ୍ଚଳବାସୀ ସରପଞ୍ଚଙ୍କ ଏତାଦୃଶ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି ।
ରିପୋର୍ଟ - ଓଡ଼ଗାଁ/କୁରାଳରୁ ଅର୍ଜୁନ ସାହୁ

ads

Blog Archive

Popular Posts