ads

Breaking News

ଗ୍ରାମ କୃଷି ବିକାଶ ପରିଷଦ ମୁଖ୍ୟ କାର୍ଯ୍ୟାଳୟ ପରିସରରେ ୭୪ ତମ ସ୍ୱାଧୀନତା ଦିବସ ପାଳିତ

 ସାକ୍ଷୀଗେ।।ପଳ----  କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କୋଭିଡ-୧୯ ନିୟମାବଳୀ ଅନୁଯାୟୀ ସାମାଜିକ ଦୁରତା ରକ୍ଷା କରି କଟକଣାକୁ ନଜର କରି ବୀରଗୋବିନ୍ଦପୁର ସ୍ଥିତ ଗ୍ରାମ କୃଷି ବିକାଶ ପରିଷଦ ମୁଖ୍ୟ କାର୍ଯ୍ୟାଳୟ ପରିସରରେ ୭୪ ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି ।  ପ୍ରଥମେ ଉପସ୍ଥିତ ଥିବା ଅତିଥି ମାନଙ୍କ ଦ୍ୱାରା କାର୍ଯ୍ୟାଳୟ ପରିସରରେ ଥିବା  ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟପଣ କରିଥିଲେ ।  ମୁଖ୍ୟ ଅତିଥି ଭାବେ ସାମ୍ବାଦିକ  ପୂର୍ଣ୍ଣାନନ୍ଦ ତ୍ରିପାଠୀ   ଯୋଗଦେଇ ପତକା ଉତ୍ତୋଳନ କରିଥିଲେ ।  ଅନୁଷ୍ଠାନର ସାଧାରଣ ସମ୍ପାଦକ ପ୍ରତାପ କୁମାର ପାହନ୍ତାସିଂ , ସାମ୍ବାଦିକ ଅଶୋକ ବେହେରା, ଗୋପବନ୍ଧୁ କୃଷକ କ୍ଳବର ସଭାପତି ନରହରି ମିଶ୍ର, ଯୋଗମାୟା କୃଷକ କ୍ଳବର ସଭାପତି ପ୍ରମୋଦ ଗୁରୁ,  ଅନନ୍ତେଶ୍ୱର କୃଷକ କ୍ଳବର ସଭାପତି ବିଭୁ ପ୍ରସାଦ ପ୍ରଧାନ, ଶଙ୍କର ପ୍ରଧାନ, ଅପର୍ତ୍ତି ପ୍ରଧାନ, ରାଜ କିଶୋର ଅଚାର୍ଯ୍ୟ, ମହିଳା ଗୋଷ୍ଠୀ ସୌଦାମିନି ଦଳାଇ ପ୍ରମୁଖ ପୁରୁଷ ମହିଳା ଉପସ୍ଥିତ ରହିଥିଲେ । ଅନୁଷ୍ଠାନର କୋଷାଧ୍ୟକ୍ଷା ସଂଯୁକ୍ତା ପାହନ୍ତାସିଂ ଦେଶାତ୍ମା ସଂଗୀତ ଗାନ କରିବା ସହ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । 

 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି  

ads

Blog Archive