ads

Breaking News

ସତ୍ୟବାଦୀ ମାରୁତି ସେନାପକ୍ଷରୁ ରକ୍ତ ଦାନ

ସାକ୍ଷୀଗୋପାଳ ( ଅମୃତ ମିଡିଆ) ସତ୍ୟବାଦୀ ମାରୁତି ସେନା ପକ୍ଷରୁ ରାଜ୍ୟରେ କରୋନା ଯୋଗୁ ଯେପରି କେହି ରକ୍ତ ପାଇଁ ଅସୁବିଧାରେ ନ ପଡନ୍ତି ସେଥିପାଇଁ ମାରୁତି ସେନା ସଜାଗ ରହିଛି । ପ୍ରତିଦିନ ଅନୁଷ୍ଠାନର ସଭ୍ୟ ସଭ୍ୟା ମାନେ ନିହାତି ବା ଡାକ୍ତରଙ୍କ ରିର୍ପୋଟ ଅନୁସାରେ ରୋଗୀ ମାନଙ୍କୁ ରକ୍ତ ଯୋଗାଇ ଦେଉଛନ୍ତି । ଏହି ଅବସରରେ ହନ୍ତୁକ ଗ୍ରାମର ପ୍ରମିଳା ସାହୁଙ୍କର ନିହାତି ରକ୍ତ ଦରକାର ବୋଲି ଡାକ୍ତର କହିବା ପରେ ତାଙ୍କ ପରିବାର ଳୋକମାନେ ତୁରନ୍ତ ସତ୍ୟବାଦୀ ମାରୁତି ସେନାର ସଭାପତି ସନ୍ତୋଷ କୁମାର ପଣ୍ଡାଙ୍କ ସହିତ ଯୋଗାଯୋଗ କରିବା ପରେ ତାଙ୍କୁ ରକ୍ତ ଅନୁଷ୍ଠାନ ପକ୍ଷରୁ ଯୋଗାଇ ଦିଆଯାଇଥିବା ମାରୁତି ସେନାର ରାଜ୍ୟ ସଭାପତି ପପୁ ଦଳବେହେରା ଜଣାଇଛନ୍ତି । ଏହି ରକ୍ତ ଦାନ ସମୟରେ ଇତିଶ୍ରୀ ମହାନ୍ତି, ସୁଶାନ୍ତ କୁମାର ସାହୁ, ବାବୁଲି ପ୍ରଧାନ, ଶ୍ରୀକାନ୍ତ ସାହୁ, ଜୟନ୍ତ ସ୍ୱାଇଁ,  ମିଲନ ସାହୁ, ତୋଫାନ ବିଶ୍ୱାଳ, ମିଟୁ ଜେନା, ଜଗନ୍ନାଥ ଭୋଇ, ପ୍ରକାଶ ମହାପାତ୍ର, ସୁରେଶ ସ୍ୱାଇଁ, ରାଜ କିଶୋର ମହାପାତ୍ର ଚନ୍ଦନ ସାହୁ,ଦିଲୁ ସାହୁ, ଅନିଲ ସ୍ୱାଇଁ ଓ ରମେଶ ସାସମଲ ପ୍ରମୁଖ ଉପସ୍ଥିତ ରହିଥିଲେ । 
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି 

ads

Blog Archive

Popular Posts