ads

Breaking News

ଓଡ଼ଗାଁ ବ୍ଲକ ଅଞ୍ଚଳର ୧୦ଗ୍ରାମ କଣ୍ଟେନମେଣ୍ଟ ଅଞ୍ଚଳ ଘୋଷିତ


ଓଡ଼ଗାଁ/କୁରାଳ - ଦିନକୁ ଦିନ ନୟାଗଡ ଜିଲ୍ଲା ଓଡ଼ଗାଁ ବ୍ଲକ ଅଞ୍ଚଳରେ ବଢୁଥିବା ସଂକ୍ରମିତଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ପୋମା ଟୁଡୁ ଆଜି ଓଡ଼ଗାଁ ବ୍ଲକ ଶରଧାପୁର,ଗଜେନ୍ଦ୍ରପଲ୍ଲୀ ,ମଦନଗାଡ଼ିଆ, ବାଉଁଶଗାଡ଼ିଆ ,ବ୍ରାହ୍ମଣଡିହ,ଏବଂ ଭାଡିକିଳା ସମେତ ଭଗବତପ୍ରସାଦ,ମହେଶ୍ୱରପୁର ,ନରସିଂହପ୍ରସାଦ ଏବଂ ରୋହିବାଙ୍କ ଆଦି ଗ୍ରାମକୁ କଣ୍ଟେନମେଣ୍ଟ ଅଞ୍ଚଳ ଘୋଷଣା କରିଛନ୍ତି ।ଉକ୍ତ ଅଞ୍ଚଳରେ ବଢୁଥିବା ଆକ୍ରାନ୍ତ ସଂଖ୍ୟାକୁ ଲକ୍ଷ୍ୟ କରି ଗୋଷ୍ଠୀ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଏହି କଣ୍ଟେନମେଣ୍ଟ ଘୋଷଣା କରାଯାଇଅଛି ।
ଉକ୍ତ ଅଞ୍ଚଳରେ ସମସ୍ତେ କୋଭିଡ କଟକଣାକୁ ମାନିବାକୁ ଜିଲ୍ଲାପାଳ ପୋମାଟୁଡୁ ଜନସାଧାରଣଙ୍କୁ ନିବେଦନ କରିଛନ୍ତି ।ଏହି ଗ୍ରାମ ମଧ୍ୟକୁ ପ୍ରବେଶ ଏବଂ ପ୍ରସ୍ଥାନ ନିମନ୍ତେ କଟକଣା ଜାରି କରାଯାଇଅଛି ।
ରିପୋର୍ଟ - ଓଡ଼ଗାଁ/କୁରାଳରୁ ଅର୍ଜୁନ ସାହୁ

ads

Blog Archive

Popular Posts