ads

Breaking News

କରୋନା କଟକଣାରେ ପାଳିତ ହେଲା ଉପଖଣ୍ଡ ସ୍ତରୀୟ ୭୪ତମ ସ୍ୱାଧୀନତା ଦିବସ


ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ ସାକ୍ଷୀ ଗୋପାଳ ନିଉଜ୍:-  କୋଭିଡ ନିୟମକୁ ପାଳନ କରି ବରଗଡ ଜିଲ୍ଲା ଉପଖଣ୍ଡ ସଦର ମହକୁମା ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପୂର୍ଣ୍ଣଚନ୍ଦ୍ର ପାଣିଗ୍ରାହୀ ସଂଯୋଜନା କ୍ରମେ ୭୪ତମ ସ୍ୱାଧିନତା ଦିବସ ସ୍ଥାନୀୟ ରାଜ ବୋଡାସମ୍ବର ହାଇସ୍କୁଲ ପଡିଆ ଠାରେ ପାଳିତ ହୋଇଯାଇଛି। ଏହି ଅବସରରେ ପଦ୍ମପୁର ଉପଜିଲ୍ଲାପାଳ ତନ୍ମୟ କୁମାର ଦରୱାନ ମୁଖ୍ୟଅତିଥି ଭାବେ ଯୋଗଦାନ କରି ଜାତୀୟ ପତାକା ଉତ୍ତୋଳନ କରିବାସହ ତାଙ୍କ ଅଭିଭାଷଣରେ  ସହିଦ ସ୍ୱାଧିନତା ସଂଗ୍ରାମୀ ମାନଙ୍କର ସୃତିଚାରଣ କରିଥିଲେ।ଏଥିରେ କରୋନା ଯୋଦ୍ଧା ମାନଙ୍କର ନିଷ୍ଠାପର କର୍ତ୍ତବ୍ୟ ପରା ୟଣତା ତଥା ସେମାନଙ୍କ ସେବାକୁ ଉଚ୍ଚ ପ୍ରଶଂସା କରିବା ସହିତ ସାଧୁ ବାଦ ଜଣାଇଥିଲେ। ମହା ବିଦ୍ୟାଳୟ ର ସିନିୟର ବିଭାଗ ଏନ.ସି.ସି ଦଳ ଜାତୀୟ ପତାକା ଓ ମୁଖ୍ୟଅତିଥିଙ୍କୁ ଅଭିବାଦନ ଜଣାଇବା ସହ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ସ୍ଥାନୀୟ ମହାପୁରୁଷ ମାନଙ୍କ ପ୍ରତି ମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଆଗ ଧାଡିରେ ଥିବା କରୋନା ଯୋଦ୍ଧା ତଥା ପୋଲିସ କର୍ମଚାରୀ,ଅଙ୍ଗନୱାଡି କର୍ମୀ,ସ୍ୱାସ୍ଥ୍ୟ କର୍ମୀ,ଆଶା କର୍ମୀ,ସଫେଇ କର୍ମ ଚାରୀ ଓ ବିଭିନ୍ନ ଗଣ ମାଧ୍ୟମ ସମେତ ପ୍ରିଣ୍ଟମିଡିଆ ର ପ୍ରତିନିଧି ପ୍ରମୁଖ ଯୋଗଦାନ କରିଥିଲେ।
ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ ସାକ୍ଷୀ ଗୋପାଳ ନିଉଜ୍.....

ads

Blog Archive

Popular Posts