ads

Breaking News

ନୟାଗଡରେ ଜନସାଧାରଣ କେବେ ହେବେ ସଚେତନ


ନୟାଗଡ଼. ---- କରୋନାକୁ ପ୍ରତିହତ କରିବା ପାଇଁ ସାମ୍ବାଦିକ, ପୋଲିସ ଏବଂ ପ୍ରଶାସନ ସମସ୍ତେ ତତ୍ପର।ଲକ ଡାଉନକୁ ସଫଳ କରିବାକୁ ସମସ୍ତେ ଚେଷ୍ଟା ଜାରି ରଖିଛନ୍ତି।ରାସ୍ତାଘାଟ,ଗଳି କନ୍ଦି ସବୁସ୍ଥାନରେ ବ୍ୟାପକ ବ୍ୟବସ୍ଥା।ଲୋକ କିନ୍ତୁ ସଚେତନ ହେଉନାହାନ୍ତି।ସାମାଜିକ ଦୂରତାକୁ ବଜାୟ ରଖିବାକୁ ନୟାଗଡ଼ ବ୍ରଜେନ୍ଦ୍ର ଉଚ୍ଚ ବିଦ୍ୟାଳୟ ପଡ଼ିଆରେ ଅସ୍ଥାୟୀ ପରିବା ମାର୍କେଟ ଖୋଲିଥିବା ବେଳେ ଲୋକମାନେ କିନ୍ତୁ ଏହାକୁ ମାନୁ ନଥିବା ଦେଖିବାକୁ ମିଳିଛି।ସବୁ ଦୋକାନ ଆଗରେ ଚିହ୍ନ ଦିଆଯାଇଥିଲେ ମଧ୍ୟ ଲୋକମାନେ ଏକାଠି ମିଶି ପରିବା କିଣୁଛନ୍ତି।ଜିଲ୍ଲାପାଳ ଡ଼ଃ ପୋମା ଟୁଡୁ,ଆରକ୍ଷୀ ଅଧିକ୍ଷକ ପ୍ରତ୍ୟୁଷ ଦିବାକରଙ୍କ ସମେତ ପୋଲିସ ତଥା ସମସ୍ତ ପ୍ରଶାସନିକ ଅଧିକାରୀ ଯାଇ ସ୍ଥିତି ଅନୁଧ୍ୟାନ କଲାବେଳେ ସମସ୍ତେ ସାମାଜିକ ଦୂରତା ଅବଲମ୍ବନ କରୁଛନ୍ତି ଏବଂ ପରେ ପୁଣି ରୁଣ୍ଡ ଦେଖିବାକୁ ମିଳିଛି। ଯାହାକି ଏବେ ନୟାଗଡ ପ୍ରଶାସନ ର ମୁଣ୍ଡବିନ୍ଧାର କାରଣ ହୋଇଛି  । 
ନୟାଗଡ଼ରୁ ସୁଦୀପ୍ତ କୁମାର ଦଳେଇ 

ads

Blog Archive

Popular Posts