ads

Breaking News

ଭତ୍ତା ପାଇଁ ଲୋକେ ହନ୍ତସନ୍ତ


  ବରଗଡ଼ ----  ବରଗଡ଼ଜିଲ୍ଲା ଅତାବିରା ଏନଏସି ୧୨ଟି ୱାର୍ଡକୁ ନେଇ ଗଠିତ ହୋଇଥିବାବେଳେ ଏବେ ଚାରିଆଡେ ବିଶ୍ୱ ବ୍ୟାପି କରୋନା ମହାମାରୀ ଆତଙ୍କ ଖେଳିଯାଇଛି।ଏନେଇ ସରକାର କରୋନାକୁ ଦମନ ପାଇଁ କୌଣସି ପ୍ରକାର ଔଷଧ ବାହାରି ନଥିବା ବେଳେ ଲୋକଙ୍କୁ ସାମାଜିକ ଦୂରତା ସହ ସତର୍କତା ଓ ସଚେତନତା କରି ଚାରିଆଡେ ଲକ ଡାଉନ ଜାରି କରିଛନ୍ତି । ଅନ୍ୟ ପକ୍ଷେ ରାଜ୍ୟ ସରକାର ଭତ୍ତା ହିତାଧିକାରୀ ମାନଙ୍କୁ ଘର ଘର ଯାଇ ଭତ୍ତା ଓ ଚାଉଳ ଦିଆଯିବାର ବ୍ୟଵସ୍ଥା ହୋଇଛି।ହେଲେ ହିତାଧିକାରୀମାନଙ୍କୁ ଏନଏସି ଅଫିସକୁ ଡାକି ହଇରାଣ ହରକତ କରୁଥିବାର ଅଭିଯୋଗ ହୁଏ । ଯାହା ହିତାଧିକାରୀମାନେ ସକାଳ ୮ଟା ରୁ ଆସି ଦିନ ୨ଟା ପର୍ଯ୍ୟନ୍ତ ରହି ଭତ୍ତା ନପାଇ ଘରକୁ ଫେରି ଯିବା ଭଳି ଘଟଣା ଅତାବିରା ଏନଏସି ରେ ଦେଖାଯାଇଛି। ଭତ୍ତା ଦାୟିତ୍ବରେ ଥିବା ଅମରେନ୍ଦ୍ର ମହାନ୍ତି ଡାକିଥିଲେ । ପଚାରିବାରୁ ଭତ୍ତା ଟଙ୍କା ବଲିଲେ ତୁମ ମାନଙ୍କୁ ଦିଆଯିବ ବୋଲି କହିଥିବାର ହିତାଧିକାରୀ ମାନେ କହନ୍ତି।କେବଳ ସେତିକି ନୁହେଁ ହିତାଧିକାରୀ ମାନେ ଏନଏସି ଅଫିସକୁ ଯାଇ କ୍ରୀସ୍ମା ସାବତଙ୍କୁ ଭେଟି ନିଜ ଗୁହାରୀ ଜଣାଇଥିବାବେଳେ ସେ ମୁଁ କଣ କରିବି ତୁମକୁ ଯିଏ ଡାକିଛି ତାରି ପାଖକୁ ଯାଅ ବୋଲି କହି ହିତାଧିକାରୀ ମାନଙ୍କୁ ତଡି ଦେଇଥିବାର ହିତାଧିକାରୀମାନେ ଅଭିଯୋଗ କରନ୍ତି। ତେବେ ଏଠି ୫ଟି ସରକାରଙ୍କ ନିୟମ ବେଶ ପାଳନ ହେଉଥିବାର ଜଣାପଡେ।ଏଥିପ୍ରତି ଜିଲ୍ଲାପାଳ ତୁରନ୍ତ ଦୃଷ୍ଟି ଦେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି ହେଉଛି।
ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ

ads

Blog Archive

Popular Posts