କଟକ, ଭୁବନେଶ୍ୱର ଓ ଭଦ୍ରକ ସହର ୪୮ ଘଣ୍ଟା ସଟ ଡାଉନ୍
ଭୁବନେଶ୍ୱର : ପଞ୍ଚମ କରୋନା ରୋଗୀ ଭୁବନେଶ୍ୱରରେ ଓ ୬ଷ୍ଠ ରୋଗୀ କଟକ ରେ ଚି଼ହ୍ନଟ ହେବା ପରେ ରାଜ୍ୟ ସରକାରଙ୍କ ଚିନ୍ତା ବଢ଼େଇ ଦେଇଛି । ଯାହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବଡ ନିଷ୍ପତ୍ତି ନେଇଛନ୍ତି । ଲକ ଡାଉନ ନୁହେଁ ୪୮ଘଣ୍ଟା ପାଇଁ ଭୁବନେଶ୍ୱର,କଟକ ଓ ଭଦ୍ରକ ସହର ସଟ ଡାଉନ ରହିବ l ଶୁକ୍ରାବର ରାତି ୮ ଟା ରୁ ରବିବାର ରାତି ୮ଟା ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ । ଏହି ସମୟରେ ସହରର ସମସ୍ତ ଦୋକାନ ବଜାର ବନ୍ଦ ରହିବ । ଔଷଧ ଦୋକାନ କେତେ ଖୋଲା ରହିବ ସେନେଇ ଜିଲ୍ଲାପାଳ ନିଷ୍ପତ୍ତି ନେବେ । ଯେଉଁମାନେ ଆଇନ ଅମାନ୍ୟ କରିବେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ଜୋରିମାନା ମଧ୍ୟ୍ୟ ଆଦାୟ କରାଯିବ । ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ମୁଖ୍ୟଶାସନ ସଚିବ ଓ ଡିଜିପି ।
ଧୀରେନ୍ଦ୍ର ସେନାପତି


