ads

Breaking News

ବ୍ଲକ ସ୍ତରୀୟ ଜି ଆରସି ଶିକ୍ଷା ଓ ତାଲିମ ଶିବିର


 N das
Baragarh
 ବରଗଡ଼----   ବରଗଡ଼  ଜିଲ୍ଲା ଅତାବିରା ଅନ୍ତର୍ଗତ ସରଣ୍ଡା ହାଇସ୍କୁଲ ଠାରେ ଅତାବିରା ବ୍ଲକ ସ୍ତରୀୟ ଜି ଆରସି ଶିକ୍ଷା ଓ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି।ସ୍କୁଲ ପରିଚାଳନା କମିଟିର ସଭାପତି ଆନନ୍ଦ ମେହେରଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ଚକୁଳି ପଞ୍ଚାୟତ ସରପଞ୍ଚ ସୁଲତା ପ୍ରଧାନ, ସମ୍ବାନୀତ ଅତିଥିଭାବେ ଗିରିଜା ପ୍ରସାଦ ନାଥ,ଅତାବିରା ନୋଡାଲ ଉଚ୍ଚ ବାଳିକା ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁରେନ୍ଦ୍ର ବେହେରା,ଭୁବନେଶ୍ୱର ମହାକୁଡ଼,ଅତାବିରା ବିଧାୟିକାଙ୍କ ପ୍ରତିନିଧି ବିନୋଦ ମେହେର ଓ ସରଣ୍ଡା ହାଇସ୍କୁଲର କାର୍ଯ୍ୟକାରୀ ସଂପାଦକ ତଥା ପ୍ରଧାନ ଶିକ୍ଷକ ଚିତ୍ତରଞ୍ଜନ ମେହେର ଯୋଗଦେଇଥିଲେ । ଅତାବିରା ବ୍ଲକ କ୍ରୀଡା ସଂପାଦକ ଲବ ସାହୁ ବାର୍ଷିକ ବିବରଣୀ ପଠନ କରିଥିଲେ। ଶିକ୍ଷକ ସଚ୍ଚିଦାନନ୍ଦ ପ୍ରଧାନ ଅତିଥି ପରିଚୟ ସହ ସ୍ୱାଗତ ଅଭି ଭାଷଣ ପ୍ରଦାନ    କରିଥିଲେ। ଏହି ତାଲିମ ଶିବିର ରେ ମୋଟ ୨୫ଟି ହାଇସ୍କୁଲରୁ ୭୭ଜଣ ଛାତ୍ରୀ ଓ ୩୧ଜଣ ଛାତ୍ର ମୋଟ ୧୦୮ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ଶିବିରରେ ୯ଟି ବିଭାଗକୁ ନେଇ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ  ପ୍ରତିଯୋଗିତା କରାଯାଇଥିଲା। ଯଥା ଲୋକନୃତ୍ୟ,ଦଳଗତ ସଙ୍ଗୀତ,ଇଂରାଜୀ ଓ ଓଡ଼ିଆରେ ବକୃତା,ଓଡ଼ିଆ ଓ ଇଂରାଜୀରେ ପ୍ରବନ୍ଦ ଲିଖନ,ଦଳଗତ ନୃତ୍ୟ,ସଧାରଣ ଜ୍ଞାନ ଓ ଡାଏରି ଲିଖନ ହୋଇଥିଲା । ଏସମସ୍ତ କାର୍ଯ୍ୟକ୍ରମକୁ ୨୫ଜଣ ଗାଇଡ଼ ଶିକ୍ଷକ  ଏହାର ଦାୟିତ୍ୱ ତୁଲାଇ ଥିଲେ। ସେହିପରି ଶିକ୍ଷକ ନିତ୍ୟାନନ୍ଦ ପ୍ରଧାନ,ଯାଦବ ପ୍ରଧାନ,ନନ୍ଦଲାଲ ବିଶ୍ୱାଳ,ପ୍ରଦୀପ ଦାଶ, ବଳରାମ ସାହୁ,ଛାୟାକାନ୍ତ ପ୍ରଧାନ,ସୁଦୀପ ପ୍ରଧାନ ରମେଶ ଭୋଇ,ନିର୍ମଳ ପ୍ରଧାନ, ଅମୁଲ୍ୟ ସାହୁ,ସୁଦାମ ଭୁଏ,ଧନେଶ୍ୱର ସାହୁ,ସଂଯୁକ୍ତା ଦାଶ, ରଶ୍ମୀରାଣୀ ନନ୍ଦ,ଅଳକା ଦାଶ, ସୁଚିତା ମିଶ୍ର ଓ ଅରୁଣୀ ଭୋଇ ପ୍ରମୁଖ ବିଚାରକ ଭାବେ ଦାଇତ୍ଵ ତୁଲାଇଥିଲେ। ଏହା ପରେ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ସମ୍ବଲପୁରୀ ଲୋକ ନୃତ୍ୟ ଅଞ୍ଚଳବାସୀଙ୍କୁ ମାନମୁଗ୍ଧ କରିଥିଲା। ଏହି କାର୍ଯକ୍ରମକୁ ଶିକ୍ଷକ ଶୁଭ୍ରାଂଶୁ ଶେଖର ସାହୁ, ରମେଶ ଚନ୍ଦ୍ର ସେଠ,ଗୋପୀ ପ୍ରଧାନ,ଦୀପକ ପ୍ରଧାନ,ସତ୍ୟଭାମା ପ୍ରଧାନ,ମକରଧ୍ଵଜ ପ୍ରଧାନ, ଜୟନ୍ତି ସାହୁ,ରୂପଚନ୍ଦ୍ର ମେଣ୍ଡଳୀ ତଥା ସ୍କୁଲ ପରିଚାଳନା କମିଟିର ସମସ୍ତ ସଭ୍ୟ ସଭ୍ୟା ତଥା ଗ୍ରାମବାସୀ ସକ୍ରିୟ ସହଯୋଗ କରିଥିଲେ ।  କ୍ରୀଡା ସହ ସଂପାଦକ ତଥା ସ୍କାଉଟ ଶିକ୍ଷକ କିଶୋର ଚନ୍ଦ୍ର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।
ବରଗଡ଼ରୁ ନବୀନ ଦାଶଙ୍କ ସହ ସ୍ଵଦିପ ଅଗ୍ରୱାଲ ଙ୍କ ରିପୋର୍ଟ....

ads

Blog Archive