ads

Breaking News

ଧନୁଯାତ୍ରା ପାଇଁ ଅମ୍ବାପଲି ଗୋପପୁର କଦମ୍ବ ବଣ ପଡ଼ିଆରେ ଶୁଭ ସ୍ତମ୍ବ ସ୍ଥାପନ


 n das
baragarh
  ବରଗଡ଼---  ୭୧ ତମ ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ପାଇଁ କାଲି ସନ୍ଧ୍ୟାରେ ଅମ୍ବାପଲି ଗୋପପୁର କଦମ୍ବ ବଣ ପଡ଼ିଆରେ ଶୁଭ ସ୍ତମ୍ବ ସ୍ଥାପନ ହୋଇଯାଇଛି।ବରଗଡ଼ ଉପ ଜିଲ୍ଲାପାଳ ପ୍ରଭାସ  ଦଣ୍ଡସେନା   ଏହି ଶୁଭସ୍ତମ୍ଭ ସ୍ଥାପନ କରିଥିଲେ। ଏହି ଅବସରରେ ମାଁ ସମଲେଶ୍ବରୀ ମନ୍ଦିରରେ ଶ୍ରୀକୃଷ୍ଣ,ବଳରାମ,ରାଧା,ନନ୍ଦରାଜା ଯଶୋଦା ଆଦି କଲାକାରଙ୍କୁ ବରଣ କରାଯାଇଥିଲା। ପ୍ରବଳ ଜନସମାଗମ ସହିତ ଘଣ୍ଟ,ଶଙ୍ଖ,ଝାଞ୍ଜ,ମୃଦଙ୍ଗ,ଦୁଲଦୁଲି ବାଦ୍ୟ,ହରିବୋଲ ଶବ୍ଦ ପରିବେଶକୁ ଉତ୍ସବ ମୁଖର କରିଥିଲା। ଆସନ୍ତା ୩୧ତାରିଖରୁ ଜାନୁୟାରୀ ୧୦ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଏହି ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରାର ସଫଳ ରୂପାୟନ ପାଇଁ ଜୋରଦାର ପ୍ରସ୍ତୁତି ଆଗେଇ ଚାଲିଛି।ଆଜି ଠାରୁ ଅମ୍ବାପାଲି ଗୋପପୁର ଓ ବରଗଡ଼ ସହର ମଥୁରା ନଗରୀରେ ପରିଣତ ହୋଇଛି।ଜାନୁୟାରୀ ୨ତାରିଖରୁ ୭ତାରିଖ ପର୍ଯ୍ୟନ୍ତ ଗୋପପୁରରେ ଶ୍ରୀକୃଷ୍ଣ ଓ ବଳରାମଙ୍କ ବାଲ୍ୟଲୀଳା ଓ ନନ୍ଦୋତ୍ସଵ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।
 ବରଗଡ଼ ଜିଲ୍ଲାରୁ ନବୀନ ଦାଶଙ୍କ ରିପୋର୍ଟ

ads

Blog Archive