ହାତୀ ଆତଙ୍କ ; ଏକର ଏକର ଧାନ ଫସଲ ନଷ୍ଟ
ନୟାଗଡ---- ଦଶପଲ୍ଲା ବ୍ଲକ୍ ଅନ୍ତର୍ଗତ ମହାନଦୀ ବନ୍ୟପ୍ରାଣୀ ଅଞ୍ଚଳରୁ ବଣୁଆ ହାତୀପଲ୍ଲ ଆସି ବୁଗୁଡା ,ବୁଗୁଡା କଲୋନୀ ,ବାଲିସାହି ,ଶିମିଳିସାହି ଗ୍ରାମର ଏକର ଏକର ଧାନ ଫସଲ ଖାଇବା ସଂଗେ ସଂଗେ ଦଳି ମକଚି ନଷ୍ଟ କରିଦେଇଛନ୍ତି । କ୍ଷତିଗ୍ରସ୍ତ ଚାଷୀଙ୍କ କହିବା ଅନୁଯାଇ ରାତି ୩ଟା ବେଳେ ମହାନଦୀ ବନ୍ୟପ୍ରାଣୀ ଅଭୟାରଣ୍ୟ ଅଞ୍ଚଳରୁ ୧୦ ରୁ ୧୨ଟି ହାତୀ ଆସିଥିବାର ଜଣାପଡିଛି। ବିଭିଷଣ ନାଏକ ,ଅଭିମନ୍ୟୁ ନାଏକ ,ଲକ୍ଷ୍ମଣ ଜାନୀ କଂ ଅମଳକ୍ଷମ ପାଚିଲା ଧାନ କ୍ଷେତରେ ପଶି ଧାନ ଖାଇବା ସଂଗେ ସଂଗେ ସଂପୂର୍ଣ୍ଣ କ୍ଷେତକୁ ଦଳି ମକଚି ନଷ୍ଟ କରି ଦେଇଛନ୍ତି ।ଏ ବିଷୟରେ ବାଣୀଗୋଛା ପଶ୍ଚିମ ବନ୍ୟପ୍ରାଣୀ ରେଂଜର ଙ୍କୁ ଯୋଗାଯୋଗ କରାଯାଇ ଥିଲେ ମଧ୍ୟ ଯୋଗାଯୋଗ ସଂଭବ ହୋଇପାରିନଥିଲା ।କ୍ଷତିଗ୍ରସ୍ତ ଚାଷୀମାନକୁଂ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ କରିବାପାଇଁ ସର୍ବସାଧାରଣରେ ଦାବି ହେଉଛି ।
ନୟାଗଡ଼ରୁ ସୁଦୀପ୍ତ କୁମାର ଦଳେଇ



