ads

Breaking News

ତିନିଦିନିଆ ପ୍ରଶିକ୍ଷଣ ଶିବିର ଉଦଯାପିତ

ସାକ୍ଷୀଗୋପାଳ -----  ସତ୍ୟବାଦୀ ବ୍ଳକର ଅଗ୍ରଣୀ  ସ୍ୱେଚ୍ଛାସେବୀ  ଅନୁଷ୍ଠାନ ସ୍ୱାଦର ପ୍ରଶିକ୍ଷଣ ଗୃହରେ ଲିଙ୍ଗଗତ ସମ୍ବେଦନା ଶୀଳତା ଗ୍ରାମ ପଞ୍ଚାୟତ ବିକାଶ ଯୋଜନା ପକ୍ଷରୁ ଏହି ପ୍ରଶିକ୍ଷଣ ଶିବିର ଆୟୋଜନ କରାଯାଇଥିଲା  । ଏଥିରେ ପିପିଲି ବ୍ଳକର ସରପଞ୍ଚ, ଗ୍ରାମ ପଞ୍ଚାୟତ ଅଧିକାରୀ, ଜିଆରଏସ, ୱାଡ ସଭ୍ୟସଭ୍ୟା ମାନଙ୍କ ସହିତ ଆଶା କର୍ମୀ ପ୍ରମୁଖ ୫୦ଜଣ ତାଲିମ ନେଇଥିଲେ  । ପ୍ରଶିକ୍ଷକ ଭାବେ ସୁନିଲ କୁମାର ପଣ୍ଡା, ଓ ଆରତି ମହାପାତ୍ର ତାଲିମ ପ୍ରଦାନ କରିଥିଲେ  । ଆର୍ଥିକ ସହାୟତା ଯୋଗାଇଦେଇଥିଲେ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ପ୍ରତିଷ୍ଠାନ ପଞ୍ଚାୟତ ବିଭାଗ ଓ ପାନୀୟ ଜଳ  ଓଡିଶା ସରକାର  । ଏହି ପ୍ରଶିକ୍ଷଣର ଆୟୋଜକ ଥିଲେ ସ୍ୱାଦ ଅନୁଷ୍ଠାନ  । ସ୍ୱାଦର କର୍ମଚାରୀ ମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ  ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତ
 D Senapati
Sakhigopal 

ads

Blog Archive