ads

Breaking News

ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ

ଡେଲାଙ୍ଗ ---- ଡେଲାଙ୍ଗ ବ୍ଳକ ଅନ୍ତର୍ଗତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ମାଣଚିନାର ବାର୍ଷିକ କ୍ରୀଡା ଉତ୍ସବ ବିଦ୍ୟାଳୟ ପାଖ ପଡିଆରେ ଅନୁଷ୍ଠିତ ହୋଇଯାଇଛି  । ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ନିୟମିତି ପ୍ରାର୍ଥନା କରିବା ପରେ କ୍ରୀଡା ଆରମ୍ଭ କରାଯାଇଥିଲା  । ବିଦ୍ୟାଳୟର କ୍ରୀଡା ପ୍ରମୁଖ ପ୍ରକାଶ ମହାନ୍ତି କ୍ରୀଡା ପତାକା ଉତ୍ତୋଳନ କରିବା ସହ କ୍ରୀଡା ପରିଚାଳନା କରିଥିଲେ  । ବିଦ୍ୟାଳୟର ସମ୍ପାଦକ ଜିତେନ୍ଦ୍ର ସ୍ୱାଇଁ, ଅଚାର୍ଯ୍ୟ ପ୍ରତାପ ଜେନା, ବିଶ୍ୱରଞ୍ଜନଜେନା କ୍ରୀଡାରେ ସଫଳତା ଲାଭ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ପୁରଷ୍କାର ବିତରଣ କରିଥିଲେ  । ଆଚାର୍ଯ୍ୟ ରଶ୍ମିତା ଛାଟୋଇ, ଅମ୍ବିକା ନାୟକ, ସଂଘମିତ୍ରା ରାଉତ, ବସନ୍ତ ମଞ୍ଜରୀଶତପଥି, ରୋଜାଲିନ ବରାଳ, ଉଷାରାଣି ମହାପାତ୍ର ଓ ନର୍ମଦା ସାହୁ  ଓ ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟସଦସ୍ୟା ମାନେ ପ୍ରମୁଖ ସହଯୋଗ କରିଥିଲେ  ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି
 D Senapati
Delang

ads

Blog Archive