ads

Breaking News

ଅଗ୍ନିକାଣ୍ଡରେ ପୋଡି ହୋଇ ଗାଈ ବାଛୁରୀ ଆହତ

 ସାକ୍ଷୀଗୋପାଳ ---- ସତ୍ୟବାଦୀ  ବ୍ଳକ ରାୟଖଣ୍ଡି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସୁଆଁଲେ ଗ୍ରାମରେ ମଙ୍ଗଳବାର ବିଲମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ଗୋଟିଏ ଗାଈ ଓ ବାଛୁରୀ ନିଆଁ ପଡି ଗୁରୁତର ଭାବେ ଆହତ ହୋଇଛନ୍ତି । ଘଟଣାରୁ ପ୍ରକାଶ ଯେ ଉକ୍ତ ଗ୍ରାମର ହାଡୁବନ୍ଧୁ ସ୍ୱାଇଁଙ୍କ ଗୁହାଳ ଘରେ ଅଗ୍ନିକାଣ୍ଡ ଘଟିଯାଇଛି   । ଗୁହାଳ ଘରେ ମଶାମାନଙ୍କୁ ଦିଆଯାଇଥିବା ଧୁଆଁରୁ ଏହି ଅଗ୍ନିକାଣ୍ଡ ଘଟି ଥିବା ଅନୁମାନ କରାଯାଉଛି । ଖବର ପାଇ ସତ୍ୟବାଦୀ ଅଗ୍ନିଶମ ପକ୍ଷରୁ ଦୁଇଟି ଗାଡି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲେ  । ଆଜି ସକାଳେ ସାକ୍ଷୀଗୋପାଳ ମଣ୍ଡଳ ପ୍ରାଣି ଚିକିତ୍ସା ଅଧିକାରୀ ଡ. ବିଶ୍ୱରଞ୍ଜନ ବେହେରାଙ୍କ ତତ୍ୱବଧାନରେ ଗବକୁଣ୍ଡ ପାଣି ଚିକିତ୍ସା ସୈମିତ କୁମାର ସେନାପତି ଆହତ ଗାଈ ଓ ବାଛୁରୀଙ୍କୁ ଚିକିତ୍ସା ଆରମ୍ଭ କରିଛନ୍ତି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି
 D senapati
Sakhigopal 

ads

Blog Archive