ads

Breaking News

ବଳତ୍କାରିଙ୍କୁ ତୁରନ୍ତ ଗିରଫକରି ଫାଶି ଦେବାକୁ ଦାବି କଲା ଡେଲାଙ୍ଗ ମିଶନଶକ୍ତି ମହିଳା ମହାସଂଘ


 D Senapati
Delang
 ଡେଲାଙ୍ଗ--- ପୁରୀ ଜିଲ୍ଲାର ସତ୍ୟବାଦୀ ଥାନା ଡେଲାଙ୍ଗ ବ୍ଳକ ଅଧୀନସ୍ଥ ଧାନକେରା ଗ୍ରାମର ଜଣେ ବାଳିକାକୁ ସେହି ଗ୍ରାମର ବିବାହିତ ଯୁବକ ଦିନ ଦ୍ୱିପହରରେ ଅମାନୁଷିକ ଭାବେ ଗୋଡହାତ ବାନ୍ଦି ବଳତ୍କାର କରିଛି । ଏ ସମ୍ପର୍କରେ ସତ୍ୟବାଦୀ ଥାନାରେ ଏକ ଅଭିଯୋଗ ହୋଇଛି । ଅଭିଯୋଗ ପାଇବା ପରେ ସତ୍ୟବାଦୀ ପୋଲିସ ଏକମାତ୍ର କେସରୁଜ କରି ଦେଇ ହାତବାନ୍ଦି ବସିଛି । ଅଭିଯୁକ୍ତ ବଳତ୍କାର କରି କିଛି ସମୟ ମଧ୍ୟରେ ଘର ଛାଡି ଦେଇ ଫେରାର ହୋଇଯାଇଛି ବୋଲି ସତ୍ୟବାଦୀ ପୋଲିସ କହୁଛି । ଏହାକୁ ନେଇ ଡେଲାଙ୍ଗ ମିଶନଶକ୍ତି ମହିଳା ମହାସଂଘର ସମ୍ପାଦିକା ବାସନ୍ତୀ ସାହୁଙ୍କ ନେତୃତ୍ୱରେ ଭାରତୀ ଚମ୍ପତ୍ତି, ବନିତା ଦାସ, ଶୁଭଲକ୍ଷ୍ମୀ ସ୍ୱାଇଁ, କବିତା ପରିଡା, ସବିତା ପରିଡା ପ୍ରମୁଖ ଏକ ଟିମ ପିପିଲି ଏସଡିପିଓ ଦେବଦତ୍ତ ବରାଳଙ୍କୁ ଭେଟି ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।  ଅଭିଯୁକ୍ତ ଗିରଫ ନ ହେବା ପର୍ଯ୍ୟନ୍ତ  ପୀଡିତାଙ୍କୁ ସୁରକ୍ଷା ଦେବା ପାଇଁ ଦାବି ପତ୍ରରେ ଉଲ୍ଲେଖ କରିଛନ୍ତି । ଏହି ଟିମ ପିଡାତଙ୍କୁ ଭେଟି ସମବେଦନା ଜଣାଇବା ସହ ତାଙ୍କ ମାଙ୍କ ସହିତ ଆଲେଚନା କରି ଫେରିଥିବା ଜଣାପଡିଛି  । ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରି କଠୋର ଆଇନ ଲଗାଇ ଫାଶି ଦେବାପାଇଁ ଦାବି କରିଥିବା ଜଣାପଡିଛି  ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି 

ads

Blog Archive