ads

Breaking News

ବଲିଉଡ୍‌ ଷ୍ଟାର୍‌ଙ୍କୁ ପଛରେ ପକାଇ ନମ୍ବର ୱାନ୍‌ ହେଲେ କ୍ରିକେଟ ଖେଳାଳି ବିରାଟ୍‌

ନୂଆଦିଲ୍ଲୀ--- ଲୋକପ୍ରିୟ ମାଗାଜିନ୍ ଫୋର୍ବସ ପକ୍ଷରୁ ଭାରତର ସେଲେବ୍ରିଟିଙ୍କ ତାଲିକା ପ୍ରକାଶ ପାଇଛି। ଏଥିରେ ଭାରତୀୟ କ୍ରିକେଟ ଟିମ୍‌ର ଅଧିନାୟକ ବିରାଟ କୋହଲି ଏକ ନମ୍ବର ସ୍ଥାନରେ ରହିଥିବା ବେଳେ ଖିଲାଡି ଷ୍ଟାର ଅକ୍ଷୟ କୁମାର ଦୁଇ ନମ୍ବର ସ୍ଥାନରେ ଅଛନ୍ତି। ଅନ୍ୟପକ୍ଷରେ ୨୦୧୬ରୁ ତାଲିକାର ଶୀର୍ଷରେ ଥିବା ବଲିଉଡ୍‌ ଭାଇଜାନ୍‌ ସଲମାନ ଖାନ୍ ତୃତୀୟ ସ୍ଥାନକୁ ଖସି ଆସିଛନ୍ତି। ସେଲେବ୍ରିଟି ମାନଙ୍କ ବାର୍ଷିକ ଆୟ ଓ ଲୋକପ୍ରିୟତାକୁ ନେଇ ଏହି ତାଲିକା ପ୍ରସ୍ତୁତ ହୋଇଥିବା ଜଣାପଡିଛି ।

 D senapati
Sakhigopal 
 ଧୀରେନ୍ଦ୍ର ସେନାପତି

ads

Blog Archive