 |
| Kandhamala |
କନ୍ଧମାଳ---- କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକ ରୋଡ୍ରୁ ଏକ ବାଇକ୍ ଚୋରି ହୋଇଥିବା ଥାନାରେ ଅଭିଯୋଗ ହୋଇଛି ।ସୂଚନାଯୋଗ୍ୟ, ଯେ, ପାଇପ ମିସ୍ତ୍ରୀ କୁଟେଶ୍ବର ପ୍ରଧାନ ବ୍ଲକ ରୋଡ୍ରେ ଜଣେ ବ୍ୟକ୍ତିଙ୍କ ଘରେ ପାଣି ପାଇପ ମରାମତି କରିବା ପାଇଁ ଯାଇଥିଲେ । ନିଜ ବାଇକ୍ (କେଏ-୨୦କ୍ୟୁ-୪୧୭୧)କୁ ଏକ ଦୋକାନ ସମ୍ମୁଖରେ ରଖିଥିଲେ। ମରାମତି କାର୍ଯ୍ୟସାରି ଆସି ଦେଖିଲା ବେଳକୁ ବାଇକ୍ଟି ସେଠାରେ ନ ଥିଲା। ସେ ବହୁ ଖୋଜାଖୋଜି କରିବା ପରେ ବାଇକ୍ଟି ନ ପାଇ ଥାନାରେ ଲିଖିତ ଅଭିଯୋଗ କରିଥିବା ଜଣାପଡିଛି। ଅଭିଯୋଗକୁ ଭିତ୍ତିକରି ପୋଲିସ ତଦନ୍ତ ଆରମ୍ଭ କରିଛି। କନ୍ଧମାଳ ରୁ ମନୋଜ କୁମାର ପଣ୍ଡା