ads

Breaking News

ଭାରସାମ୍ୟ ହରାଇ ୨୨ ଚକିଆ ଟ୍ରକ ଓଲଟିଲା...ଅଳ୍ପକେ ରକ୍ଷାପାଇଲେ ଡ୍ରାଇଭର


 N das
Baragarh 
ବରଗଡ----   ବରଗଡ଼ ଜିଲ୍ଲା ଅନ୍ତର୍ଗତ ଅତାବିରା ଏନଏସି ସ୍ଥିତ ଲାଦେର ପାଲି ରାମଚଣ୍ଡୀ ମନ୍ଦିର ସମ୍ବୁଖରେ ଏକ ୨୨ ଚକିଆ ଟ୍ରକ ଓଲଟି ପଡ଼ିଛି । ଅଳ୍ପକେ ରକ୍ଷା ପାଇଁ ଯାଇଛନ୍ତି ଗାଡି ଚାଳକ । ସୁଚନା ଯୋଗ୍ୟ ଯେ ଅତାବିରା  ୫୩ ନଂ ଜାତୀୟ ରାଜପଥ କଡ଼ରେ ବରଗଡ଼ ପଟୁ (ଓଡ଼ି ୧୫ କେ୩୪୨୨) ୨୨ଚକିଆ ଭାରି ଯାନରେ ଟିକିରି ଲକ୍ଷଣ ଆଦିତ୍ୟ ବିର୍ଲା ରୁ ଆଲୁମିନା ପାଉଡର ବୋଝେଇ ଟ୍ରକଟି ସମ୍ବଲପୁର ଅଭିମୁଖେ ଲପଙ୍ଗା ଆଦିତ୍ୟ ବିର୍ଲା ପ୍ଲାଣ୍ଟ କୁ ଯାଉଥିଲା ।ଆଜି  ଭୋରରୁ ରାସ୍ତା କଡ଼କୁ ଓଲଟି ଯାଇ ଦୁଇ ଖଣ୍ଡ ହୋଇଯାଇଛି ।ଫଳରେ ଡ୍ରାଇଭର ସୁଶାନ୍ତ ବେହେରା ଅଳ୍ପକେ ରକ୍ଷା ପାଇ ଯାଇଛନ୍ତି। ଗାଡ଼ିର ଚାଳକ କହନ୍ତି  ହଠାତ ଏକ ପରିବା ବୋଝେଇ ଗାଡି ଓଭରଟେକ କରି ଗାଡି ଆଗକୁ ପଶି ଆସିବାରୁ ଦୁର୍ଘଟଣା କୁ ରୋକିବାକୁ ଯାଇ ଏପରି ହେଲା ବୋଲି କହନ୍ତି ଗାଡି ଚାଳକ । ଗାଡ଼ିରେ ହେଲପର ନ ଥିବାରୁ ଏହି ଅସୁବିଧା ହେଲା ବୋଲି ସେ କହନ୍ତି । ଶୁଣିବାକୁ ମିଳେ ଯେ ପ୍ଲାଣ୍ଟ ମାଲିକ  ମାନେ ହେଲ୍ପର ମାନଙ୍କୁ ଅନୁମତି ନ ଦେବାରୁ ଗାଡି ଚାଳକ ମାନେ ହେଲ୍ପପର ରଖୁ ନାହାନ୍ତି । ଯାହା ଫଳରେ ଦୁର୍ଘଟଣା ମାନ ବୃଦ୍ଧି ପାଇବାରେ ଲାଗିଛି ବୋଲି ଜଣାପଡିଛି ।ଏପରିକି ଦ୍ରୁତ ଗାମୀ ଭାରି ଯାନ ମାନଙ୍କରେ ହେଲ୍ପର୍ ରହିବା ଆବଶ୍ୟକତା ରହିଛି ବୋଲି  ଟ୍ରକ ଚାଳକ ମାନେ କହନ୍ତି । ଖବର ପାଇ ଅତାବିରା ପୋଲିସ ଘଟଣା ସ୍ଥଳରେ ପହଞ୍ଚି   ତଦନ୍ତ ଜାରି ରଖିଛି। ବରଗଡ଼ ଜିଲ୍ଲାରୁ ନବୀନ ଦାଶଙ୍କ ରିପୋର୍ଟ

ads

Blog Archive