ads

Breaking News

ସତ୍ୟବାଦୀ ଗୁରୁକୁଳ ସ୍ଳଲାର୍ସ ବିଦ୍ୟାଳୟର ବାର୍ଷିକ ଉତ୍ସବ ; ଚରିତ୍ର ବଜାରରେ ମିଳେନାହିଁ

ସାକ୍ଷୀଗୋପାଳ -------- ସତ୍ୟବାଦୀ ମନ୍ଦିର ପଛ ପାଶ୍ୱର୍ରେ ଥିବା ସତ୍ୟବାଦୀ ଗୁରୁକୁଳ ସ୍ଳଲାର୍ସ ବେସରକାରୀ ଶିକ୍ଷା ଅନୁଷ୍ଠାନର ତୃତୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଯୋଗଦେଇଥିବା ଅତିଥି ମାନେ କହିଥିଲେ ଆଜିର ଦିନରେ ବଜାରରେ ସବୁ କିଛି ମିଳୁଛି ମାତ୍ର ମା ଓ ଚରିତ୍ର ବଜାରେ ବିକ୍ରୟ ହୁଏନାହିଁ  । ଯେଉଁଠି ଚରିତ୍ର ଗଠନ ହୁଏ ସେ ହେଉଛି ଶିକ୍ଷା ଆଶ୍ରମ ବା ବିଦ୍ୟାମନ୍ଦିର ବୋଲି ଅତିଥ ମାନେ କହିଥିଲେ  । ସେହିପରି ସତ୍ୟବାଦୀରୁ ଓଡିଆ ଭାଷାର ଜନ୍ମ କହିଲେ ଭୁଲ ହେବନାହିଁ  । ଏହି ମାଟିର ବାସ୍ନା ଅନ୍ୟ  ମାଟିରେ
 D Senapati
Sakhigopal 
 ମିଳେ ନାହିଁ  । ଯେଉଁମାନେ ଏହି ମାଟିର ବାସ୍ନା ପାଇଛନ୍ତି ସେମାନେ ଏହି ମାଟିକୁ ଛାଡି ବାହରକୁ ଯାଇ ପାରିନାହାନ୍ତି ବୋଲି ଅତିଥି ମାନେ ମତ ପ୍ରକାଶ କରିଥିଲେ  । ଏହି ଅବସରରେ ବିଦ୍ୟାଳୟ ପାଇଁ ନୂତନ ଭୂମି ପୂଜନ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ସମ୍ମାନିତ ଅତିଥି ଭାବେ ଡ. ଗିରିଧାରୀ ଗମାଙ୍ଗୋ , ପୂର୍ବତନ ମୁଖ୍ୟମନ୍ତ୍ରୀ , ଶଙ୍କରାନନ୍ଦ ଗିରି ମହାରାଜ ସଭାପତି, ନିଖିଳଭାରତ ସନ୍ଥ କମିଟି,ଋଷିକେଶ, ରାଧାଚରଣ ଦାଶ ମହାରାଜ, ସଭାପତି ସନ୍ଥ କମିଟି , ଗଜପତି ଜିଲ୍ଲା ଏବଂ ମହନ୍ତ ହରିହର ଦାଶ ମହାରାଜ ସଭାପତି ସନ୍ଥ କମିଟି କୁଞ୍ଚୁର ଜିଲ୍ଲାର ଯୋଗଦେଇଥିଲେ  । ଜଗନ୍ନାଥଙ୍କ ପାଖରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ପ୍ରଦ୍ୱୀପ ପ୍ରଜ୍ୱଳନ କରାଯାଇଥିଲା  । ବିଦ୍ୟାଳୟର ଶିକ୍ଷୟତ୍ରୀ ମା ନଙ୍କ ଦ୍ୱାରା ସ୍ୱାଗତ ସଙ୍ଗୀତ ଗାନ କରାଯାଇଥିଲା  । ଆଗାମୀ ଦିନରେ ଏହି ବିଦ୍ୟାଳୟର ନାମ ପରିବର୍ତ୍ତନ କରାଯାଇ ଶ୍ରୀ ରାଧାଚରଣ ଗୁରୁକୂଳ ହେବ ବୋଲି ରାଧାଚରଣ ଦାଶ ମହାରାଜ ଘୋଷଣା କରିଥିଲେ  । ବିଦ୍ୟାଳୟର ବିଭିନ୍ନ ସଫଳତା ଲାଭ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରଷ୍କାର ବିତରଣ କରାଯାଇଥିଲା  । ଗିରିଧର ଗମାଙ୍ଗୋ ଓ ତାଙ୍କ ଗ୍ରୁଫ ସଂଗୀତ ପରିବେଷଣ କରିଥିଲେ  । ଏହି ଅବସରରେ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା  । ବିଦ୍ୟାଳୟର ଅଧ୍ୟକ୍ଷ ଲିଙ୍ଗରାଜ ପଣ୍ଡା ବାର୍ଷିକ ବିବରଣୀ ପାଠ କରିଥିଲେ  । ଆଇନଜୀବୀ ଅଞ୍ଜନ କୁମାର ହୋତା ଅତିଥି ପରିଚୟ ଓ ଉତ୍ସବକୁ ସଂଯୋଜନା କରିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସସ୍ମିତା ମିଶ୍ର ଧନ୍ୟବାଦ ଦେଇଥିଲେ  । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି 

ads

Blog Archive