ads

Breaking News

ଚନ୍ଦ୍ରମାଧବ ମିଶ୍ର ସ୍ମାରକୀ କ୍ରିକେଟ ମ୍ୟାଚ; ୫ରନରେ ତରବୋଇ ଦଳ ବିଜୟି

ସାକ୍ଷୀଗୋପାଳ ----- ସତ୍ୟବାଦୀ ବ୍ଳକର ବିଦ୍ୟାଧରପୁର ଗ୍ରାମ ପଡିଆରେ ମା ଚର୍ଚ୍ଚିକା କ୍ରୀଡା ଓ ସଂସ୍କୃତି ସଂଘର ସହଯୋଗରେ ଚନ୍ଦ୍ର ମାଧବ ସ୍ମାରକୀ ନବମ ଲିଗ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି  । ତରବୋଇ କ୍ରିକେଟ  କ୍ଳବ ସହିତ ଓରତୋଣ୍ଡା  କ୍ରିକେଟ କ୍ଳବ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା  । ତରବୋଇ କ୍ରିକେଟ କ୍ଳବ ୫ ରନରେ ବିଜୟୀ ହୋଇଛି  । ତରବୋଇ କ୍ରିକେଟ କ୍ଳବ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୬ ଓଭରରେ ୬ ଉଇକେଟ ହରାଇ ୧୫୨ରନ  କରିଥିଲେ  । ଜବାବରେ  ଓରତୋଣ୍ଡା କ୍ରିକେଟ ଦଳ ୧୬ ଓଭର ଖେଳି ୧୪୭ ରନ କରିଥିଲେ  ।  ବିଜୟୀ ତରବୋଇ  ଦଳର ଛବିମନ୍ୟୁ ବିଶ୍ୱାଳ୩୯ ବଲରେ ବ୍ୟକ୍ତିଗତ ୮୩ରନ କରି ମ୍ୟାନଅଫ ଦି ମ୍ୟାଚ ଭାବେ ମନୋନୀତ  କରାଯାଇଥିଲା  ।  ଆଜିର ମ୍ୟାଚ  ଭଗବାନ ବେହେରା   ଓ ଗୌରାଙ୍ଗ ଷଣ୍ଢ ମ୍ୟାଚ ପରିଚାଳନା କରିଥିଲେ  । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି
 D Senapati
Sakhigopal 

ads

Blog Archive