ads

Breaking News

ବାଦାମ କିଆରିରୁ ନା ବାଳକର ଶବ ଉଦ୍ଧାର

ବରୀ--- ଯାଜପୁର ଜିଲ୍ଲା ବରୀ ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ଏରଡା ଗ୍ରାମ ନିକଟ ବଣିଆ ନାଳ କଡ ବାଦାମ କିଆରିର ୁ ନାବାଳକର  ମୃତ  ଶବକୁ ଉଦ୍ଧାର କରିଛି । ଏନେଇ ପୋଲିସ ପକ୍ଷରୁ ଏକ ଅପମୃତ୍ୟୁ ମାମଲା ୨୧/୨୦୧୯ରେ ରୁଜୁ କରଛି ।  ପୋଲିସ ଶବ ଜବତ କରି ବ୍ୟବଛେଦ ନିମନ୍ତେ  ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ  ପଠାଇଛି  ।  ମୃତ ଯୁବକର ବୟସ  ୧୬ , ତାଙ୍କ ନାମ ରାଜୁ ଜେନା ଘର ପାଣିକୋଇଲି ଅଞ୍ଚଳରେ ବୋଲି ପୋଲିସ କହିଛି । ଏହି ଯୁବକ ଜଣଙ୍କ ୭ ମାସ ତଳେ ପାଣି କୋଇଲି ଅଞ୍ଚଳର ଜୈନେକା ନାବାଳିକାକୁ  ଭଲ ପାଇ ସାଥିରେ ନେଇ ଫେରାର ହୋଇଯାଇଥିଲେ । ୪ ଦିନ ତଳେ ପ୍ରେମୀକାର ଭେଣୋଇ ବରୀଥାନ ଅନ୍ତର୍ଗତ ଭୁରୁଙ୍ଗା ଗ୍ରାମକୁ ଆସି ଊଭୟ ଯୁବକ ଓ ନାବାଳିକା ପ୍ରେମୀକାଙ୍କୁ ଆଶ୍ରୟ ଦେଇଥିଲେ । ଗତ ଗୁରୁବାରଠାରୁ ଯୁବକ ଜଣଙ୍କ କେଉଁ ଆଡେ ଫେରାର ହୋଇଯାଇ ଥିଲାବୋଲି  ପୋଲିସ ପାଖରେ ଅଭିଯୋଗ ହୋଇଥିବା ଜଣାପଡିଛି । ସୋମବାର ସକାଳୁ ଜମୀକୁ ଚାଷ କରିବାକୁ ସ୍ଥାନୀୟ ଲୋକେ ଯାଉଥିଲାବେଳେ ବଣିଆ ନାଳ କଡ ବାଦାମ କିଆରିରେ ଯୁବକ ଜଣଙ୍କ ମୃତ ଅବସ୍ଥାରେ ପଡିିଥିବା ଦେଖିଥିଲେ । ଏହା ପ୍ରଚାର ହେବା ମାତ୍ରେ ପୋଲିସ କୈାଣସି ସୂତ୍ରରୁ ଖବର ପାଇ  ଘଟଣାସ୍ଥଳରେ ପହଞ୍ଚିଥିଲା  ।  ଶବକୁ ଦେଖିବା ପାଇଁ ଆଖପାଖ ଅଞ୍ଚଳର ଲୋକେ ରୁଣ୍ଡ ହୋଇଯାଇଥିଲେ । ବହୁ ବିଳମ୍ବରେ ଶବକୁ ଚିହ୍ନଟ କରାଯାଇ ବ୍ୟବଚ୍ଛେଦ ପାଇଁ ପଠାଇ ଦିଆଯାଇଛି । ପୋଲିସ  ପ୍ରେମୀକାର ଭିଣେଇ ଓ ପ୍ରେମୀକାକୁ ବରୀ ଥାନାକୁ ଆଣି ଅଧିକ ପଚରା ଉଚରା କରୁଛି ବୋଲି ଥାନା ଅଧିକାରୀ ମାର୍କଣ୍ଡ ମିଶ୍ର ସୂଚନା ଦେଇଛନ୍ତି । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ମୃତ୍ୟୁର ରହସ୍ୟ ଜଣାପଡିବ  ବୋଲି ପୋଲିସ କହୁଛି । ରିପୋର୍ଟ ଲେଖାହେଲା ବେଳକୁ ମୃତ ଯୁବକର ପରିବାର ପକ୍ଷରୁ କୈାଣସି ଅଭିଯୋଗ ହୋଇନାହିଁ  ।
ବରୀରୁ -ଦର୍ଶନ ବେହେରାଙ୍କ ରିପୋର୍ଟ
D Bhera
Bari

ads

Blog Archive