ads

Breaking News

ଡେଲାଙ୍ଗରେ ଶକ୍ତି ସଂରକ୍ଷଣ ଦିବସ ପାଳିତ

 ଡେଲାଙ୍ଗ--- ଡେଲାଙ୍ଗ ବ୍ଳକ ଅନ୍ତର୍ଗତ ମୁନିନ୍ଦା ଗ୍ରାମ ପୟ୍ଚାୟତର ବରକେରା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପକ୍ଷରୁ ଶକ୍ତି ସଂରକ୍ଷଣ ଦିବସ ପାଳିତ ହୋଇଯାଇଛି  । ଏହି ଅବସରରେ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ହାତରେ ବିଭିନ୍ନ ପ୍ଳକାର୍ଡ ଧରି ଗ୍ରାମ ପରିକ୍ରମା କରି ଶକ୍ତି ସଂରକ୍ଷଣ ସମ୍ପର୍କେ ଲୋକମାନଙ୍କୁ ସଚେତନତା କରାଇଥିଲେ  । ଏହି ଅବସରରେ ବିଦ୍ୟାଳୟ ପରିସରରେ ଏକ ସଭାର ଆୟୋଜନ କରାଯାଇଥିଲା  । ବିଦ୍ୟାଳୟର ପ୍ରଧାନ ଶିକ୍ଷକପ୍ରଦୀପ କୁମାର ସେଠୀ ସଭାପତିତ୍ୱ କରିଥିଲେ  । ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଶକ୍ତି ସଂରକ୍ଷଣକୁ ନେଇ ବକ୍ୁତା ବିଭିନ୍ନ ପ୍ରତିଯୋଗିତା କରାଯାଇଥିଲା  ।  ବିଦ୍ୟାଳୟର ଶିକ୍ଷକ ମିଟୁ କିଶୋର ପ୍ରଧାନ, ମଞ୍ଜୁଲତା ପ୍ରଧାନ, ପର୍ଶୁରାମ ସାହୁ, ବିରଞ୍ଚିନାରାୟଣ ବରାଳ, ସୁଧିର କୁମାର ଜେନା ଓ ପୁରୁଷୋତ୍ତମ ନାୟକ ପ୍ରମୁଖ ଉପସ୍ଥିତ ରହି ଶକ୍ତି ସଂରକ୍ଷଣ ସମ୍ପର୍କେ ଛାତ୍ର ଛାତ୍ରୀ ମାନଙ୍କୁ ତଥ୍ୟ ପ୍ରଦାନ କରିଥିଲେ  ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି
 D Senapati
Delang

ads

Blog Archive

Popular Posts