 |
| Delang |
ଡେଲାଙ୍ଗ ----- ଡେଲାଙ୍ଗ ବ୍ଳକ ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବରକେରା ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କୁ ପୋଷାକ ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ସଭାରେ ବିଦ୍ୟାଳୟର ପ୍ରଦାନ ଶିକ୍ଷକ ପ୍ରଦୀପ କୁମାର ସେଠୀ ସଭାପତିତ୍ୱ କରିଥିଲେ । ମୁଖ୍ୟ ଅତିଥି ଭାବେ ବ୍ଳକ ସହ ଶିକ୍ଷା ଅଧିକାରୀ ରବିନାରାୟଣ ମହାପାତ୍ର ଯୋଗଦେଇ ରାଜ୍ୟ ସରକାର ପ୍ରାଥମିକ ଶିକ୍ଷାର ଉନ୍ନତି ପାଇଁ କରିଥିବା ଯୋଜନା ମଧ୍ୟରୁ ପୋଷାକ ପ୍ରଦାନ ଅନ୍ୟତମ ବୋଲି କହିଥିଲେ । ଯାହାକି ଓଡିଶାରେ ଏହା ବେଶ ଆଦୃତ ହୋଇ ପାରିଛି ବୋଲି ଶ୍ରୀ ମହାପାତ୍ର କହିଥିଲେ । ସମ୍ମାନୀତ ଅତିଥି ଭାବେ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ସନାତନ ସ୍ୱାଇଁ ଓ ଶିକ୍ଷାବିତ୍ ଜଟାଧାରୀ ପରିଡା ଯୋଗଦେଇ ବିଦ୍ୟାଳୟର ୧୩୩ଜଣ ଛାତ୍ର ଛାତ୍ରୀ ମାନଙ୍କୁ ପୋଷାକ ବଣ୍ଟନ କରିଥିଲେ । ଶିକ୍ଷକ ମିଟୁ କିଶୋର ପ୍ରଧାନ, ପର୍ଶୁରାମ ସାହୁ, ବିରଞ୍ଚି ନାରାୟଣ ବରାଳ , ପୁରୁଷୋତ୍ତମ ନାୟକ ଓ ଶିକ୍ଷୟତ୍ରୀ ମଞ୍ଜୁଲତା ପ୍ରଧାନଙ୍କ ସହିତ ବିଦ୍ୟାଳୟର ପରିଚାଳନା କମିଟିର ସଦସ୍ୟସଦସ୍ୟା ମାନେ ପୋଷାକ ବିତରଣ ଉତ୍ସବରେ ସହଯୋଗ କରିଥିଲେ ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି