 |
| Sakhigopal |
ସାକ୍ଷୀଗୋପାଳ--- ସତ୍ୟବାଦୀ ଥାନା ଅନ୍ତର୍ଗତ ପଟ୍ଟନାୟକିଆ ଛକଠାରେ ୩୧୬ନଂ ଜାତୀୟ ରାଜପଥରେ ସୋମବାର ଏକ ସଡକ ଦୁର୍ଘଟଣା ଘଟି ଯାଇଛି । ଯାହାକି ୫୦ଜଣ ଯାତ୍ରୀ ଅଳ୍ପକେ ରକ୍ଷା ପାଇଯାଇଛନ୍ତି । ଅଳ୍ପକେତଜଣ ଯାତ୍ରୀ ସାମାନ୍ୟ ଆହତ ହୋଇଥିବା ଜଣାପଡିଛି । ଘଟଣାରୁ ପ୍ରକାଶ ଯେ ଗତ କାଲି ରବିବାର ଥିବାରୁ ଆଜି ପୁରୀରୁ ଆସିଥିବା ବସ ଗୁଡିକ ଭିଡ ହୋଇଥିଲା । ସକାଳ ୯ ଘଟିକା ସମୟରେ ପୁରୀରୁ କଳ୍ପନା ଯାଉଥିବା ସୂଶୀଳ ନାମକ ଏକ ଯାତ୍ରୀବାହି ବସ( ଓଆର- ୦୨- ଏପି- ୮୧୮୮) ସେହିପରି ପୁରୀରୁ କଣାସ ଯାଉଥିବା ମାକ୍ଷେତ୍ରପାଳୀ ( ଓଆର-୦୨- ଏଚେ- ୦୨୩୯) ବସ ମଧ୍ୟରେ ଧକ୍କା ହୋଇଥିଲା । ମା କ୍ଷେତ୍ରପାଳୀ ବସର ପଛପଟେ ପିଟି ହୋଇଥିଲା ସୁଶୀଳ ବସଟି । ଯାହାକି କେତଜଣ ଯାତ୍ରୀ ସାମାନ୍ୟ ଆହତ ହୋଇଛନ୍ତି । ସେମାନେ ସାକ୍ଷୀଗୋପାଳ ସ୍ୱାସ୍ତ୍ୟ କେନ୍ଦ୍ରରେ ଚିକିତ୍ସା ହୋଇ ପଳେଇଥିବା ଜଣାପଡିଛି ଖବର ପାଇ ସତ୍ୟବାଦୀ ଥାନାର ସେକେଣ୍ଡ ଅଫିସର ରବିନ୍ଦ କୁମାର ନନ୍ଦ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଗଟଣା ଗସ୍ତ ଦୁଇଟି ଯାକ ଗାଡି ଜବତ କରି ତଦନ୍ତ ଜାରି ରଖିଛନ୍ତି ।
ସାକ୍ଷୀଗୋପାଳରୁ ପୁର୍ଣ୍ଣାନନ୍ଦ ତ୍ରିପାଠୀ