ads

Breaking News

ଖରିଫ ଋତୁ ଧାନ ସଂଗ୍ରହ ପ୍ରସ୍ତୁତି ବୈଠକ


 J sehti
Puri
 ପୁରୀ -----ଖରିଫ ଋତୁ ଧାନ ସଂଗ୍ରହ ପାଇଁ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ଶ୍ରୀ ବଲଵନ୍ତ ସିଂ ଙ୍କ ଅଧ୍ୟକ୍ଷତାରେ ପୈରସଦନ ପ୍ରେକ୍ଷାଳୟରେ ଅନୁଷ୍ଠିତ ହୋଇଯାଇଛି । 
ଚଳିତ ବର୍ଷ ଡିସେମ୍ବର ୨୦ରୁ ଧାନ ସଂଗ୍ରହ କରାଯିବ।  ଖରିଫ ରିତୁରେ ୭ ଲକ୍ଷ ୨୦ ହଜାର କ୍ୱଇଣ୍ଟାଲ ଧାନ ସଂଗ୍ରହ କରାବା ପାଇଁ ଜିଲ୍ଲା ପ୍ରଶାସନ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଗତବର୍ଷ ୩୭ ହଜାର କୃଷକ ପଞ୍ଜିକରଣ କରିଥିବାବେଳେ ୧୦ ଲକ୍ଷ ୬୪ ହଜାର କ୍ୱଇଣ୍ଟାଲ ଧାନ ସଂଗ୍ରହ କରାଯାଇଥିଲା । ଚଳିତ ବର୍ଷ ୫୩ ହଜାର କୃଷକ ପଞ୍ଜିକରଣ କରିଥିବାରୁ ଧାନ ସଂଗ୍ରହ ପରିମାଣ ବୃଦ୍ଧି ପାଇବା ଆସା କରାଯାଇଛି। ଗତ ବର୍ଷ ୧୫୮ ଟି ପ୍ରାଥମିକ ସମବାୟ ସମିତି ପଞ୍ଜିକରଣ କରିଥିବାବେଳେ ଚଳିତ ବର୍ଷ ୧୮୪ ଟି ମଣ୍ଡିରୁ ଧାନ ସଂଗ୍ରହ କରାଯିବ। ସମସ୍ତ ପଞ୍ଜିକୃତ କୃଷକମାନଙ୍କର ଆଧାର ସଂଯୋଗ କରିବା ସହ ତିନିଦିନ ମଧ୍ୟରେ ସମ୍ପୃକ୍ତ କୃଷକଙ୍କ ଆକାଉଣ୍ଟ କୁ ଅର୍ଥ ପୈଠ କରିବାକୁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଟୋକନ ବ୍ୟବସ୍ଥା ସମ୍ପର୍କରେ କୃଷକମାନଙ୍କୁ ଭଲଭାବରେ ବୁଝାଇବା ପାଇଁ କୁହାଯାଇଛି। ପ୍ରତ୍ୟେକ ମଣ୍ଡିକୁ ନିୟମିତ ବ୍ୟବଧାନରେ ଅଧିକାରୀ ମାନଙ୍କୁ ଧାନ ସଂଗ୍ରହ ଯାଞ୍ଚ୍ କରିବେ। ଅଖା ବ୍ୟାଗ୍ ରଖିବାପାଇଁ ନିୟନ୍ତ୍ରିତ ବଜାର କମିଟି କୁ ଦାୟୀତ୍ବ ଦିଆଯାଇଛି। ଜିଲ୍ଲାରେ ଚଳିତ ବର୍ଷ ପ୍ରାୟ ୧୮ ସହ ଭାଗ ଚାଷୀ ଭାଗ ନେବେ। ମଧ୍ୟସ୍ଥ ମାନଙ୍କ ମାଧ୍ୟମରେ ବିକ୍ରୟ ଉପରେ ନଜର ରଖିବା ନିମନ୍ତେ ମଧ୍ୟ ଜିଲ୍ଲା ପାଳ ନିର୍ଦେଶ ଦେଇଛନ୍ତି। ଏହି ଅବସରରେ ଯୋଗାଣ ଅଧିକାରୀ ଶ୍ରୀ ତୁଷାରକାନ୍ତି ଦେଓ ସମବାୟ ଡେପୁଟି ରେଜିଷ୍ଟର ଶ୍ରୀ ପ୍ରସାନ୍ତ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ।
 ପୁରୀ ରୁ ଜୟନ୍ତ କୁମାର ସେଠୀ

ads

Blog Archive