ads

Breaking News

ପୂର୍ତ୍ତ ବିଭାଗ ଭୁଲି ଗଲା ଉତ୍କଳମଣି ଗୋପବନ୍ଧୁଙ୍କୁ

ସାକ୍ଷୀଗୋପାଳ---- ପୁରୀ ଜିଲ୍ଲାର ସତ୍ୟବାଦୀ ପୂର୍ତ୍ତବିଭାଗ ଓଡିଆ ଜାତିର ଜନକ ତଥା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁଙ୍କୁ ଭୁଲି ଯାଇଛି । ବାତ୍ୟାରେ ଜାତୀୟ ରାଜପଥ କରରେ ଲାଗିଥିବା ବିଭିନ୍ନ ଫଳକ ଗୁଡିକ ଭାଙ୍ଗି ଯାଇଥିଲା  । ମାତ୍ର ବିଭାଗୀୟ ଅଧିକାରୀ ମାନେ ଅର୍ଥ ନଥିବା ଦର୍ଶାଇ ନାମ ଫଳକ ଗୁଡିକ ସେହିପରି ପିଙ୍ଗି ଦେଇଛନ୍ତି । ଭୁବନେଶ୍ୱର- ପୁରୀ ଜାତୀୟ ରାଜପଥର ପଟ୍ଟନାୟିକିଆ ଛକ ନିକଟରେ ସୁଆଣ୍ଡୋ ବା ଗୋପବନ୍ଧୁଙ୍କ ଜନ୍ମପୀଠକୁ ରାସ୍ତା ବୋଲି ଏକ ସୁଚନା ଫଳକ ରହିଥିଲା । ମାତ୍ର ବାତ୍ୟାରେ ଭାଙ୍ଗିକି ଯିବା ପରେ କେତକ ଗୋପବନ୍ଧୁ ପ୍ରେମୀ ଓ ସୁଆଣ୍ଡୋ ଗ୍ରାମବାସୀ ମାନେ ଏ ସମ୍ପର୍କରେ ବାରମ୍ବାର ବିଭାଗୀୟ ଜେଇଙ୍କୁ କହିଥିଲେ ମଧ୍ୟ ସେ ଏ ଦିଗପ୍ରତି ନଜର ଦେଉନାହାନ୍ତି । ମାତ୍ର ଅଁଳାନବମୀ ଉପଲକ୍ଷେ ବିଭାଗୀୟ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲେ ମଧ୍ୟ ପଟ୍ଟନାୟିକିଆ ଛକ ଠାରେ ଥିବା ଫଳକଟି ଲାଗି ପାରିଲା ନାହିଁ  । ଅନ୍ୟପକ୍ଷେ ଏବେ ପର୍ଯ୍ୟଟନ ଋତୁ ହୋଇଥବାରୁ ପ୍ରତିଦିନ ପର୍ଯ୍ୟଟକ ମାନେ ସୁଆଣ୍ଡୋ ଗ୍ରାମକୁ ଆସୁଛନ୍ତି । ତେବେ ସୁଚନା ଫଳକ ନ ଥିବାର ପର୍ଯ୍ୟଟକ ମାନେ ବିଶେଷ ଅସୁବିଧାର ସମ୍ମୁଖୀ ନ ହେଉଛନ୍ତି । ତୁରନ୍ତ ପୁରୀଜିଲ୍ଲାପାଳ ନଜର ଦେବାକୁ ଗୋପବନ୍ଧୁ ସ୍ମୃତିପରିଷଦର ସଭାପତି ଧୀରେନ୍ଦ୍ର ନାଥ ଦାସ ନିବେଦନ କରିଛନ୍ତି ।
D Senapati
Sakhigopal 
 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି 

ads

Blog Archive