 |
| Sakhigopal |
ବାରଙ୍ଗ----- ଚୈାଦ୍ୱାର ପୋଲିସକୁ ଏକ ବଡ ସଫଳତା ମିଳିଛି । କଟକ ନରାଜ ଅଂଚଳରେ ପୋଲିସ ଏନକାଉଣ୍ଟର କରିଛି । ଏନକାଉଣ୍ଟରରେ ଅପରାଧୀ ବବ୍ଲୁ ପାୱାରର ଡାହାଣ ଗୋଡ଼ରେ ଗୁଳି ବାଜିଛି । ଗୁରୁତର ଅବସ୍ଥାରେ ବବ୍ଲୁକୁ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଥିବା ପୋଲିସ ଠାରୁ ଜଣାପଡିଛି । ଆଜି ଭୋରୁ ଅନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗର ମୁଖ୍ୟ ବବ୍ଲୁ ଓରଫ ସଚିନ ପାୱାର (୨୬) ଲୁଚି ରହିଥିବା ଚୈାଦ୍ୱାର ପୋଲିସ ବିଶେଷ ସୁତ୍ରରୁ ଖବର ପାଇ ନରାଜ ଅଂଚଳରେ ଚଢାଉ କରିଥିଲା । ଚଢ଼ାଉ ସମୟରେ ପୋଲିସ ଉପରକୁ ଅପରାଧୀ ବବ୍ଲୁ ଗୁଳି ଚଳାଇଥିଲା । ଯାହାର ପାଲଟା ଜବାବ ପୋଲିସ ମଧ୍ୟ ଗୁଳି ଚଳାଇଥିଲା । ପୋଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ବବ୍ଲୁ ପାୱାରର ଡାହାଣ ଗୋଡ଼ରେ ଗୁଳି ବାଜିଛି । ଗୁରୁତର ଅବସ୍ଥାରେ ତାକୁ କଟକ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଛି । ବବ୍ଲୁ ନାଁରେ ପୁରୀ ଭୁବନେଶ୍ବର,କଟକ ବିଭିନ୍ନ ଥାନାରେ ୧୩ କେସ ରହିଛି । ଦୀର୍ଘଦିନରୁ ପୋଲିସ ବବ୍ଲୁ ଓ ତାର ସହଯୋଗୀଙ୍କୁ ଧରିବାକୁ ଜାଲ ବିଛାଇଥିଲା । ତେବେ ଗତକାଲି ବବ୍ଲୁର ୮ଜଣ ସହଯୋଗୀ ପୋଲିସ ହାତରେ ଗିରଫ ହୋଇଛନ୍ତି । ବବ୍ଲୁ ଠାରୁ ୭.୬୨ ଏମ୍ ଏମ୍ ପିସ୍ତଲ ସହ ଦୁୁଇ ରାଉଣ୍ଡ ଜୀବନ୍ତ ଗୁଳି ଓ ତିନୋଟି ଖୁୁୁୁଖା ପୋଲିସ ଜବତ କରିଛି
।
ଧୀରେନ୍ଦ୍ର ସେନାପତି