ପୁରାତନ ଛାତ୍ର ଛାତ୍ରୀ ମାନଙ୍କର ବନ୍ଧୁ ମିଳନ
ସାକ୍ଷୀଗୋପାଳ ----ସତ୍ୟବାଦୀ ବ୍ଳକର ରାୟଚକ୍ରଧରପୁର ଉଚ୍ଚ ବିଦ୍ୟାଳୟର ୧୯୭୮ ମସିହାର ମାଟ୍ରିକ ବ୍ୟାଚର ଏକ ବନ୍ଧୁମିଳନ ରବିବାର ମା ସଙ୍କଟ ତାରଣୀ ମନ୍ଧିର ପରିସରରେ ରାଜ କିଶୋର ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ ସଭାରେ ପ୍ରଥମେ ଯୋଗ ଦେଇଥିବା ବନ୍ଧୁ ମାନଙ୍କ ମଧ୍ୟରେ ଭାବବିନୟ କରାଯାଇଥିଲା । ସେ ଦିନର ବିଦ୍ୟାଳୟ ଓ ଶିକ୍ଷା ଆଜିର ଦିନରେ ବହୁ ତଫାତ ହୋଇଯାଇଛି ବୋଲି ଆଲେଚନା କରାଯାଇଥିଲା । ପରି ଶେଷରେ ମୋ ବିଦ୍ୟାଳୟ ପାଇଁ କିଛି କରିବା ପାଇଁ ଯୋଜନା ପ୍ରସ୍ତୁତି କରଯୋଇଥିଲା । ଅନୁଷ୍ଠିତ ବନ୍ଧୁମିଳନ ସଭାରେ ଅବସରପ୍ରାପ୍ତ ଶିକ୍ଷକ ଦାମୋଦର ମହାପାତଙ୍କୁ ପୁଷ୍ପମାଲ୍ୟ ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧନା କରାଯାଇଥିଲା । ଅନୁଷ୍ଠିତ ବନ୍ଧୁମିଳନରେ ନିଜ ନିଜ ସମ୍ପର୍କେ ଆଲେଚନା କରିବା ସହ ସେହି ଦିନର କଥାକୁ ମନେପକାଇ ଆତ୍ମାବିଭୋର ହୋଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ, ସଂଗ୍ରାମ ଦାଶ, ପ୍ରସନ୍ନ ଦାସ, ଜ୍ୟୋସ୍ନାରାଣୀ ଦାଶ, ବିଷ୍ଣପ୍ରିୟା ମିଶ୍ର, ବଳଭଦ୍ର ମିଶ୍ର,ରେଶୁ ବାଳା ଗୋଛାୟତ, ରାଜ କିଶୋର ମିଶ୍ର, ସୁକାନ୍ତ ଦାଶ, ପଞ୍ଚାନନମହାରଣା,ବିଜୟ ମିଶ୍ର, କୃଷ୍ଣଚନ୍ଦ୍ର ମିଶ୍ର, ରାଜ କିଶୋର ଦାସ, ଉପେନ୍ଦ୍ର ମହାପାତ୍ର, ରାଜେନ୍ଦ୍ର ମିଶ୍ର, କୁମର ଭୋଇ ପ୍ରମୁଖ ଯୋଗଦେଇଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି



