ads

Breaking News

ଗ୍ରାମରେ ଟ୍ରକ ନେବାକୁ ବିରୋଧ ; ମାରପିଟ ଛଡାଇବାକୁ ଯାଇ ମଧ୍ୟସ୍ଥି ଆହତ

 D senapati
Sakhigopal 
ସାକ୍ଷୀଗୋପାଳ ---- କଥାରେ ଅଛି ମାନି ଯାମିନି ଓ ମଧ୍ୟସ୍ଥି ହେବନି ବୋଲି କୁହାଯାଇଛି ଖନା ବଚନରେ  । ପକୃତ ପକ୍ଷେ ଅଧିକାଂଶ ସମୟରେ ଗଣ୍ଡଗୋଳ ବା ମାରପିଟ ଛଡାଇବାକୁ ଯାଇ ତୁତୀୟ ବ୍ୟକ୍ତି ଆହତ ହେବା ନଜର ରହିଛି । ସୁଚନାଯୋଗ୍ୟ ଯେ ଗତ କାଲି  ପୁରୀ ଜିଲ୍ଲାର ସତ୍ୟବାଦୀ ଥାନା ଅଞ୍ଚଳରେ ଦୁଇ ଜଣଙ୍କ ମଧ୍ୟରେ ଗଣ୍ଡଗୋଳ ଛଡାଇବାକୁ ଯାଇ ମଧ୍ୟସ୍ଥି ଏବେ ଡାକ୍ତରଖାନାରେ  ।  ସତ୍ୟବାଦୀ ଥାନା ଅନ୍ତର୍ଗତ ଶ୍ରୀରାମଚନ୍ଦ୍ରପୁର ଗ୍ରାମ ପଞ୍ଚାୟତର ସାରୁଗାଡିଆ ଗ୍ରାମରେ ଟ୍ରକ ଯିବାକୁ ନେଇ ବିରୋଧ ଜନୈକ ବ୍ୟକ୍ତି ବିରୋଧ କରିଥିଲେ  ।  ଶ୍ରୀରାମଚନ୍ଦ୍ରପୁର ଗ୍ରାମର ଜଣେ ଯୁବକ ଉକ୍ତ ଗାଡିର ଡ୍ରାଇଭରକୁ ଗାଡି ନେବାକୁ କହିଥିଲେ  । ଯାହା ଫଳରେକି ଗାଡି ଗ୍ରାମରେ ପଶିବା ପରେ ବିଦ୍ୟୁତ ଖୁଣ୍ଠରେ ଲାଗିବା ଓ ପ୍ରଫୁଲ ଚନ୍ଦ୍ର ସ୍ୱାଇଁଙ୍କ ବାଡ ଭାଙ୍ଗିଯିବା ସହ ଚାଳ ଘରରେ ଲାଗିଥିଲା  । ଏହାକୁ ନେଇ ଦୁଇ ଜଣଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା  । ମାତ୍ର କିଛି ସମୟ ପରେ ସଂଘବଦ୍ଦ ଭାବେ ପ୍ରପୁଲଙ୍କୁ ଆକ୍ରମଣ ସମୟରେ ତାଙ୍କର ଦୁଇ ପୁଅ ସେଠାରେ ପହଞ୍ଚି ବିରୋଧ କରିବାରୁ ତାଙ୍କୁ ମଧ୍ୟ ଆକ୍ରମଣ କରିଥିଲେ  । ଗ୍ରାମର ପୂର୍ଣ୍ଣଚନ୍ଦ୍ର ବରାଳ  ପ୍ରଫୁଲ ଓ ତାଙ୍କର ଦୁଇ ପୁଅଙ୍କୁ ଉଦ୍ଦାର କରିବା ସମୟରେ ମୁଦୁଲା ମାନେ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିବା ନେଇ ସତ୍ୟବାଦୀ ଥାନାରେ ପ୍ରପୁଲ ସ୍ତୀ ସୁବାଷି ସ୍ୱାଇଁ ଲିଖିତ ଅଭିଯୋଗ କରିଛନ୍ତି । ଆହତ ପୂର୍ଣ୍ଣଚନ୍ଦ୍ର ସାକ୍ଷୀଗୋପାଳ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏବେ ଚିକିତ୍ସାଧୀନ ରହିଛନ୍ତି । ପୋଲିସ ଅଭିଯୋଗ ପାଇବା ପରେ୨୪୯/୧୯ରେ ଏକ କେସରୁଜ କରି ତଦନ୍ତ ଜାରି ରଖିଛି ।
 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି 

ads

Blog Archive