ପିପିଲି-----ପିପିଲି ବିଜ୍ଞାପିତ ଅଂଚଳ ଅଧିନସ୍ଥ ଓାର୍ଡ ନମ୍ବର୧୧ ମଢିଆଳି ସାହିରେ ସ୍ୱଛତା ଅଭିଯାନରେ ଅଙ୍ଗିକାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ମୁଖ୍ୟ ଅତିଥି ଭାବେ ସ୍ଥାନିୟ ବିଧାୟକ ପ୍ରଦୀପ ମହାରଥୀ ଯୋଗ ଦେଇଥିଲେ । ଗ୍ରାମବାସୀଙ୍କ ପକ୍ଷରୁ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ବିଧାୟକ ଦୃଷ୍ଟି ଆକର୍ଷଣ କରାଯାଇଛି । ସେଗୁଡିକ ଯଥା ଶିଘ୍ର ବିଭାଗୀୟ ଅଧିକାରୀଙ୍କ ସହିତ ଆଲୋଚନା କରାଯାଇ ଏହି ସମସ୍ୟାର ସ୍ଥାୟୀ ସମାଧାନ କରାଯିବ ବୋଲି ବିଧାୟକ ଶ୍ରୀଯୁକ୍ତ ମହାରଥି ପ୍ରତିଶୃତି ଦେଇଥିବା ଜଣାପଡିଛି । ମଢିଆଳି ସାହି ସ୍ୱଛତା ଅଭିଯାନ ଅଙ୍ଗିକାର କାର୍ଯ୍ୟକ୍ରମରେ ମହିଳା ଗୋଷ୍ଠି ମାନଙ୍କ ଦ୍ୱାରା ଗ୍ରାମ୍ୟ ରାସ୍ତା ସଫେଇ କରିବା ସହିତ ରାସ୍ତାର ଉଭୟ ପାର୍ଶ୍ୟରେ ବ୍ଲିଂଚି ପକାଯାଇ ପ୍ଲାଷ୍ଟିକ ବର୍ଜନ ପାଇଁ ସଚେତନା ରାଲି କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିଜ୍ଞାପିତ ଅଂଚଳ ଦାୟିତ୍ୱରେ ଥିବା କାର୍ଯ୍ୟନିର୍ବାହୀ ଅଧିକାରୀ ନିଳକଣ୍ଠ ବେହେରା ,ପୁର୍ବତନ ପିପିଲି ଏନଏସି ଅଧ୍ୟକ୍ଷ ଏସକେ ବାବୁ,ବିଧାୟକଙ୍କ ପ୍ରତିନିଧୀ ଶରତ ଚନ୍ଦ୍ର ବେହେରା,ବ୍ଲକ ଉପାଧକ୍ଷ ଯୁଧୀଷ୍ଠିର ସ୍ୱାଇଁ,ଆତ୍ମା ଅଧକ୍ଷ ଧରଣୀଧର ସାହୁ,ଆଇନିଜୀବି ଶ୍ରୀଧର ପ୍ରଧାନ,ପୁର୍ବତନ ଜିଲ୍ଲାପରିଷଦ ସଭ୍ୟ କିଶୋର ଛୋଟରାୟ,କାଉନସିଲର ଅଜୟ ମହାରଣା,ପୁର୍ବତନ କାଉନସିଲର ଗର୍ଦ୍ଧବ ପରିଡା,ଏନଏସି ଯୁବ ବିଜେଡି ସଭାପତି ପ୍ରଫୁଲ୍ଲ କୁମାର ସାହୁ,ଛାତ୍ର ବିଜେଡି ନେତା ଫଜଲ ଖାଁ ପୁରୀ ଜିଲ୍ଲା ମାଇନରଟି କମିଟି ଉପସଭାପତି ଗୁଲଜାର ମହମ୍ମଦ ପ୍ରମୁଖଙ୍କ ଉପସ୍ଥିତ ରହିଥିଲେ ।
 |
| pipili |
ପିପିଲିରୁ ବିଜୟ କୁମାର ମହାପାତ୍ର