ପାଇଖାନା ଘରୁ ୫୦ହଜାର ଟଙ୍କାର ମହୁଲ ଜବତ କଲା ଅବକାରୀ ବିଭାଗ
![]() |
| Nilagri |
ନୀଳଗିରି––––ଜଙ୍ଗଲଜାତ ଦ୍ରବ୍ୟ ମହୁଲକୁ ବିନା କାଗଜ ପତ୍ରରେ ଟ୍ରିପ୍ଟ୍ରିପ୍ ଚୋରାରେ ବାହାରକୁ ଚାଲାଣ କରା ଯାଉଥିବା ଅଭିଯୋଗ ହୋଇଆସୁଥିଲା । ନୀଳଗିରି ଉପଖଣ୍ତର ବରହମପୁର ଥାନା ଅଧିସ୍ଥସ୍ତ ନରଣପୁର ଗ୍ରାମର ବସନ୍ତ ସାହୁ(୩୫)ଙ୍କ ଘରୁ ଅବକାରୀ ବିଭାଗ ଚଢାଉ କରି ପାଇଖାନା ଘରେ ଲୁଚାଇ ରଖିଥିବା ୧୮ବସ୍ତା ମହୁଲ ଜବତ କରିବା ସହ ଅଭିଯୁକ୍ତ ବସନ୍ତକୁ ଗିରଫ କରିଛି। ଜବତ ମହୁଲ ମୂଲ୍ୟ ୫୦ହଜାର ଟଙ୍କା ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି।ଯେଉଁଟା ଜଙ୍ଗଲ ବିଭାଗ କରି ପାରିଲା ନାହିଁ ସେଇଟା ଅବକାରୀ ବିଭାଗ କରି ଦେଖାଇ ପାରିଲା ବୋଲି ଅଳରେ ବେଶ ଚର୍ଚ୍ଚା ହେଉଛି।ଏହି ଚଢାଉରେ ଅବକାରୀ ବିଭାଗର ଓଆଇସି ଲକ୍ଷସାଧବ ପ୍ରଧାନ,ଜୟମାଧବ ଦାସପଟ୍ଟନାୟକ,ହୃଷିକେଶ ବାରିକ୍,ଜୟନ୍ତି ଆଚାର୍ଯ୍ୟ ପ୍ରମୁଖ ସାମିଲ ଥିଲେ।
ନୀଳଗିରିରୁ ରତିକାନ୍ତ ପରିଡା



