ads

Breaking News

ମାଛ ମରାବେଳେ ଅଜଗର ଧରାପଡିଲା

ବେଗୁନିଆ--- ବେଗୁନିଆ ବ୍ଲକ କଣ୍ଟାବାଡରୁ ବାଙ୍କୀ   ପଣ୍ଡାଳମ ଦେଇଯାଇଥିବା ରାସ୍ତାର ଏକ ଶଙ୍ଖରୁ  ମାଛମାରିବା ପାଇଁ  ଯାଇଥିବା କିଛିଲୋକ ଶଙ୍ଖ ଭିତରେ ଏକ ଅଜଗର ସାପକୁ ଦେଖି ଭୟରେ ଚିତ୍କାର କରିଥିଲେ । ଫଳରେ ସ୍ଥାନୀୟ ଲୋକେ ଏକାଠି  ହୋଇ ଏହି ସାପଟିକୁ ଦେଖିବା ପାଇଁ ଭିଡ ଜମାଇଥିଲେ ।  ଖବର ପାଇଁ  ଖୋର୍ଦ୍ଧା  ବନଖଣ୍ଡ ଅଧିନସ୍ଥ ବୈଦେଶ୍ୱର ଶାଖାର ବନପାଳ ଚିତରଞନ ମିଶ୍ରଙ୍କ ନେତୃତ୍ୱରେ  ପାରାସ୍କ୍ୱାର୍ଡ  ତାରେଶ୍ୱର ରାଉତରାୟ ଓ ଗାର୍ଡ ଲକ୍ଷ୍ମଣ ସାହୁ ଘଟଣାସ୍ଥଳରେ  ପହଞ୍ଚିଥିଲେ ।  ଅଜଗର ସାପଟିକୁ ଉଦ୍ଧାର କରିବା ପରେ ବାଙ୍କୀ ମହାପର୍ବତ ମୁଣ୍ଡିଆରେ ଛାଡି ଦିଆଯାଇଛି ବୋଲି ବନଖଣ୍ଡଙ୍କ ଠାରୁ ପ୍ରକାଶ  । ଏହି  ସାପଟିର ଲମ୍ବ ପ୍ରାୟ ୯ଫୁଟ ,ଗୋଲେଇ ୯ ଇଞ୍ଚ ଓ  ଓଜନ ୨୦ କିଲୋଗ୍ରାମ ହୋଇଥିବା ଜଣା ପଡିଛି ।
  ବେଗୁନିଆରୁ ଯୋଗେଶ୍ୱର ପଣ୍ଡା
 J panda
Beguni

ads

Blog Archive