ads

Breaking News

ସତ୍ୟବାଦୀରେ ଅଭିନେତା ଅଶ୍ରୁମୋଚନ


 D Senapati
Sakhigopal 
 ସାକ୍ଷୀଗୋପାଳ ------- ପୁରୀ ଜିଲ୍ଲାର ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ଉତ୍କଳମଣି  ଗୋପବନ୍ଧୁ ଦାସଙ୍କ ଜନ୍ମସ୍ଥାନ ସୁଆଣ୍ଡୋ ଗ୍ରାମରେ  ମଙ୍ଗଳବାର ଅଭିନେତା  ଅ୍ରଶ୍ରୁ ମୋଚନ ଓ ଅନ୍ୟ ମାନେ ପହଞ୍ଚିଥିଲେ  ।  ଗୋପବନ୍ଧୁଙ୍କ ଷଠୀ ଘର ପରିଦର୍ଶନ କରି ଠାକୁର ବିନୋଦବିହାରୀଙ୍କୁ ପୂଜାର୍ଚ୍ଚନା କରିଥିଲେ  ।  ସମ୍ବାଦିକ ଧୀରେନ୍ଦ୍ର ନାଥ ଦାସ,ବୁନୁ ଦାଶରବୀନ୍ଦ୍ର ଦାଶ, କୃଷ୍ଣଚନ୍ଦ୍ର ଦାଶ ପ୍ରମୁଖ ସେମାନଙ୍କୁ ସ୍ୱାଗତ କରିଥିଲେ  । ତାପରେ  ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟରେ ଅଭିନେତା ଅଶ୍ରୁମୋଚନ, ଶ୍ରୀ  ସତ୍ୟ ସୂତାର ଓ ଡ. ତ୍ରିଲୋଚନ ନାୟକଙ୍କ ସହ ଅନ୍ୟ ମାନେ ପହଞ୍ଚଥିଲେ  । ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଭବମ ପ୍ରଧାନ ପୁଷ୍ପଗୁଛ ଦେଇ ସମସ୍ତଙ୍କୁ ସ୍ୱାଗତ କରିଥିଲେ  । ବିଦ୍ୟାଳୟ ପରିସରରେ ଥିବା ପଞ୍ଚସଖା ମଣ୍ଡପ ଓ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଶେସନିଶ୍ୱାସ ତ୍ୟାଗ ପୀଠରେ ପୁଷ୍ୱ ପ୍ରଦାନ କରି ଶତକୋଟି ନମସ୍କାର ପରିଥିଲେ  । ଏହି ଅବସରରେ ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟ, ଶିକ୍ଷକ ପ୍ରଶିକ୍ଷଣ ବିଦ୍ୟାଳୟ ଓ ଆଦର୍ଶ ବିଦ୍ୟାଳୟର ଶିକ୍ଷକ,  ଶିକ୍ଷୟତ୍ରୀ, ଛାତଛାତ୍ରୀ ମାନଙ୍କ ସହିତ ବିଦ୍ୟାଳୟର ଐତିହ୍ୟ ସମ୍ପର୍କରେ ଆଲେଚନା କରିଥିଲେ  । ଶ୍ରୀ ସୂତାର ଗୋପବନ୍ଧୁଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଛାତ୍ର ଛାତ୍ରୀ ମାନଙ୍କୁ ଉପଦେଶ ଦେଇଥିଲେ  । ଅଭିନେତା ଶ୍ରୀ ଅଚୁମୋଚନ ନିଜର ଜନ୍ମମାଟିକୁ କେବେ ଭୁଲି ନଯିବାକୁ  ପରାମର୍ଶ ଦେଇଥିଲେ  । ଏହି ଅବସରରେ ଶ୍ରୀ ସୂତାର ବିଦ୍ୟାଳୟକୁ ଏକ ଲକ୍ଷ ଟଙ୍କା ପ୍ରଦାନ କରିଥିଲେ  । ଏହି ଅର୍ଥର ସୁଧରେ ପ୍ରତିବର୍ଷ ଦଶମ ଶ୍ରେଣୀରେ ସବୋର୍ଚ୍ଚ ନମ୍ବର ରଖିଥିବା ଛାତ୍ରଙ୍କୁ ପୁରଷ୍କାର ପ୍ରଦାନ କରାଯିବା ପାଇଁ ନିସ୍ପତି ଗ୍ରହଣ କରାଯାଇଥିବା ଜଣାପଡିଛି  । ଶିକ୍ଷକ ସତ୍ୟବାଦୀ ଦାଶ କାର୍ଯ୍ୟକ୍ରମକୁ ପରିଚାଳନା  କରିଥିଲେ  । ସମସ୍ତ  ଶିକ୍ଷକ , ଶିକ୍ଷୟତ୍ରୀ ଓ କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ  ।  ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି

ads

Blog Archive