ads

Breaking News

ଫନି ବାତ୍ୟାରେ ଘରଭଙ୍ଗା ତାଲିକାରେ ପ୍ରସ୍ତୁତିରେ ଅନିୟମିତତା ; ତହସିଲ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ

 D Senapati
Sakhigopal 
ସାକ୍ଷୀଗୋପାଳ --- ପୁରୀ ଜିଲ୍ଲାରେ ଫନି ବାତ୍ୟାରେ ସତ୍ୟବାଦୀ ବ୍ଳକର ବିଭିନ୍ନ ଗ୍ରାମ ଗଣ୍ଡାରେ ବସବାସ କରୁଥିବା ଲୋକମାନଙ୍କର ମେଣୁଦଣ୍ଡ ହଲାଇ ଦେଇଛି । ମାତ୍ର ବାତ୍ୟା  ଯିବାର ଆଠ ମାସ ପରେ ବି ଲୋକମାନେ ଘରଭଙ୍ଗା, ନଡିଆଗଛ ଓ ରବି ଫସଲ ଉଜୁଡି ଯାଇଥିବା ସରକାରୀ ସାହାର୍ଯ୍ୟ ପାଇବାରୁ ବଞ୍ଚିତ  । ବାତ୍ୟାରେ ଘରଭଙ୍ଗା ତାଲିକା ପ୍ରସ୍ତୁତି କରିବାରେ ଅନିୟମିତତା ହୋଇଥିବା ନେଇ ଅନେକ ଥର ସତ୍ୟବାଦୀ ବ୍ଳକରେ ସ୍ୱର ଉତ୍ତୋଳନ କରାଯାଇଛି ।  ସତ୍ୟବାଦୀ ବ୍ଳକ ଏକ ଦୁର୍ନୀତିର ଗନ୍ତାଘର  । ଯେଉଁଠି ୨୦ ହଜାର ଟଙ୍କାରେ ବିକୟ ହୁଏ ଆବସ ଯୋଜନା । ଠିକ ସେହିପରି ଏଠାରେ କାଳିଆ, ଘରଭଙ୍ଗା, ନଡିଆ ଗଛ ପଇସା ପକୃତ ହିତାଧିକାରୀ ମାନେ ପାଇବାରୁ ବଞ୍ଚିତ ହୋଇଛନ୍ତି । ଏହାକୁ ନେଇ ସତ୍ୟବାଦୀ ତହସିଲ କାର୍ଯ୍ୟାଳୟ ଆଗରେ ମଙ୍ଗଳବାର ଶହ ଶହ ମହିଳା ପୁରୁଷ ମାନେ ସେମାନଙ୍କର ହକ ପାଇବା ପାଇଁ ତହସିଲ କାର୍ଯ୍ୟାଳୟ ଘେରାଉ କରିଥିଲେ   । ଗୋବିନ୍ଦ ମହାପାତ୍ର, ଦୁର୍ଗେସ ମିଶ୍ର, ସଚ୍ଚିକାନ୍ତ ବରାଳ, ହୃଷିକେସ ମିଶ୍ର ଓ ରମ ବଲ୍ଲଭ ବରାଳଙ୍କ ନେତୃତ୍ୱରେ ସାକ୍ଷୀଗୋପାଳ ପଞ୍ଚସଖାରୁ ମୁହଁରେ କଳାପଟି ଓ ହାତରେ ଜାତୀୟ ପତାକା ଧରି ବଜାର ପରିକ୍ରମା କରି ଶହଶହ ପୁରୁଷ ମହିଳା ହାତରେ ବିଭିନ୍ନ ଲେଖାଥିବା ପ୍ଳାର୍କଡ ଧରି କାଦୁଆ ଛକ ସ୍ଥିତ ତହସିଲ କାର୍ଯ୍ୟାଳୟକୁ ଘେରାଉ କରିଥିଲେ  । ପରେ ପରେ ଏକ ପ୍ରତିବାଦ  ସଭା ଅନୁଷ୍ଠିତ ହୋଇଥିଲା  । ପଲିଥିନି ତଳେ ଆଉ ଆମେ କେତେଦିନ ରହିବୁ , କଚାଘରକୁ ଛାତ ଘର କରିଲା କିଏ, ଛାତ ଘରକୁ କଚା ଘର କରିଲା କିଏ, ଘରକେ ୪ରୁ ୫ଜଣ ୯୫ ହଜାରଟଙ୍କା ପାଇଲେ କେମିତି, ମାର୍ବଲ ଛାତ ଘରକୁ ମିଳିଛି ୩ଟି ୯୫ ହଜାର ଟଙ୍କାର କ୍ଷତି ପୁରଣ କିପରି ଆଦି ପ୍ରଶ୍ନ ଉଠାଇଥିଲେ ମହିଳା ମାନେ  । ଅନୁଷ୍ଠିତ ପ୍ରତିବାଦ ସଭାରେ ନେତୃତ୍ୱ ନେଇଥବା ର୍କମୀ ଓ ରିନା ମଲିକ, ପିତାମ୍ବରୀ ଭୋଇ, ମମତା ଦାସ, ହରଷମଣି ଦେବୀ, ମମତା ଭୋଇ, ବିକା ମହାନ୍ତି, ଝାଡିଆ ସାହାଣୀ, ବନମାଳି ଖୋଜି ପ୍ରମୁଖ ତଦନ୍ତ ନାମରେ କିପରି ସରକାରୀ କର୍ମଚାରୀଙ୍କ କାରନାମି ପ୍ରକାଶ କରିଥିଲେ  । ଶେଷରେ ତହସିଲଦାର କସ୍ତୁରୀ ପ୍ରଧାନଙ୍କ ସହିତ ପ୍ରତିନିଧି ଦଳଙ୍କ ଏକ ଆଲେଚନା କରାଯାଇଥିଲା  । ଆଲେଚନା ସମୟରେ ପ୍ରମାଣ ସୂରୁପ ଆନ୍ଦୋଳନକାରୀ ମାନେ କେତକ ଭିଡିଓ ଓ ପଟୋ ତହସିଲଦାର ଶ୍ରୀମତି ପ୍ରଧାନଙ୍କୁ ଦେଖାଇଥିଲେ  । ଶେଷରେ ଏହି ଆନ୍ଦୋଳନରେ ସାମିଲ ହୋଇଥିବା  ବା ଅଭିଯୋଗ କରିଥିବା ଲୋକମାନଙ୍କର ପୁର୍ନବାର ତଦନ୍ତ କରାଯିବ  । ଏକ ପାଞ୍ଚଜଣିଆ ଟିମ ଗଠନ କରାଯାଇଛି  । ତଦନ୍ତ କରିବା ସମୟରେ ଏହି କମିଟର ସଦସ୍ୟ ମାନଙ୍କୁ ଜଣାଇ ଚଦନ୍ତ କରିବା ବେଳେ ଏମାନଙ୍କୁ ଜଣାଇ ଦିଆଯିବ ବୋଲି ତହସିଲଦାର କହିଥିଲେ  । ଅନ୍ୟପକ୍ଷେ ଯଦି ସଠିକ ତଦନ୍ତ କରାଯାଇ କ୍ଷତିଗସ୍ତ ପରିବାରଙ୍କୁ ସରକାରୀ ସାହାର୍ଯ୍ୟ ଯୋଗାଇ ଦିଆନଯାଏ ତା ହେଲେ ଆଗାମୀ ଦିନରେ ରାସ୍ତାରୋକ ଭଳି ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯିବ ବୋଲି ଗୋବନ୍ଦ୍ର ମହାପାତ୍ର କହିଛନ୍ତି । ସେଠାରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ସତ୍ୟବାଦୀ ଥାନା ଅଧିକାରିଣୀ ଶକୁନ୍ତଳା ପତି ସଦଳବଳେ ସେଠାରେ ଉପସ୍ଥିତି ରହିଥିଲେ  ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି   

ads

Blog Archive