ବର୍ଷାର ଉଦୁମ୍ ଦେଖି ଚାଷୀକୂଳକୁ ଘାରିଛି ଚାଷ ଚିନ୍ତା
ନୀଳଗିରି----ଜୀବନ ସାରା ଚାଷୀର ଚାଷ ଚିନ୍ତା ସରେ ନାହିଁ । ଆଉ ମୁଣ୍ଡ ଝାଳ ତୁଣ୍ଡରେ ମାରି ହାତରରେ ପାଞ୍ଚଣ ଖଣ୍ଡେ ସାଙ୍ଗକୁ କାନ୍ଧରେ କଳଲଙ୍ଗଳ ଧରି ନିଜ ଜମିରେ ସୁନାର ପରିବାରର ଭରଣ ପୋଷଣରେ ସହାୟକ ହେବ ବୋଲି ଆତ୍ମହରା ହୋଇ ପଡେ ଚାଷୀ କୂଳ । କିନ୍ତୁ ସବୁଠାରୁ ଦୁଃଖର କଥା ନାରି ଭଳି ଅବଳା ଦୂର୍ବଳା ହୋଇ ପଡିଛି ଚାଷୀ କୂଳ । ଭୋକରେ ପେଟ ପିଠିରେ ଲାଗି ଯାଏ ତଥାପି ଦେଶକୁ ଶସ୍ୟାଅଭାବରୁ ମୁକ୍ତ କରିବା ପାଇଁ ସୁଖ ଦୁଃଖ କଷ୍ଟ ଯନ୍ତ୍ରଣାକୁ ଏକାକାର କରି ଖଟି ଚାଲିଥାଏ ଚାଷ ଜମିରେ । ଚଳିତ ବର୍ଷ ଚାଷ ପାଇଁ ଚାଷୀ କୂଳ ମୈାସୁମିର ଲୁଚକାଳି ଯୋଗୁଁ ସାରା ନୀଳଗିିରି ବ୍ଳକରେ ଏକର ଏକର ଜମି ପଡିଆ ପଡିଥିବାର ଦେଖିବାକୁ ମିଳିଛି । କଷ୍ଟେମଷ୍ଟେ କରି ପରିବାର ମୁହଁ ଦାନା ଦେବା ସହ ପିଲା ମାନଙ୍କ ମୁହଁରେ ଖାଦ୍ୟଅଭାବକୁ ଦୂର ପାଇଁ ଚାଷ କରିଥିବା ବେଳେ ବାତ୍ୟା ଚାଷୀକୂଳର ଧାନ କ୍ଷେତକୁ ଉଜାଡି ଦେଇଛି । ଧାନ ଥୋଡ ସମୟରେ ବାତ୍ୟା ପବନ ଧାନ ଗଛର ଥୋଡକୁ ‘ଟାଇ ଦେଇଥିବାରୁ ଧାନ ଗଛରେ ଅଗାଡି ହୋଇ କେଣ୍ଡାରେ ଝୁଲୁଛି । ସବୁ ପରେ ବି ଚାଷୀକୂଳ ଧର୍ଯ୍ୟର ସହିତ ନିଜ କ୍ଷେତରୁ ଧାନକୁ କାଟି ବିଲରେ ପାକଇଛି । ପୁଣି ଅଚାନକ ବର୍ଷା ଉଦୁମ୍ ଦେଖି ଚାଷୀର ଘାରିଛି ଚାଷ ଚିନ୍ତା ।ମାଣମାଣ ଜମିରେ କିଏ କାଟି ପକାଇଥିବା ବେଳେ କିଏ ବିଲରେ କଳେଇ ବାନ୍ଧି ପକାଇଛନ୍ତି । ବର୍ଷକର ଦାନା ଏବେ ବିଲରେ ପଡିଥିବାରୁ ଯଦି ବର୍ଷା ହୁଏ ତେବେ ମଲାମରୁଡି ପରେ ଯାହା ମିଳିଥାନ୍ତା ତାହା ପାଇଁ ବି ଆଶା ହରାଇ ଦେଇଛି ଚାଷୀକୂଳ । ଏବର୍ଷ ଚାଷୀକୂଳକୁ ଶନିଦଶା ଘାରିଛି ବୋଲି କୁହାଯାଉଛି । ବାରମ୍ବାର ପ୍ରକୃିତି ଯଦି ଦୈଇବ ସାଜେ ତେବେ ଚାଷୀକୂଳ ଅଣ୍ଟାଣ୍ଟସଳଖି ପାରିବ ନାହିଁ । ଏହି ଅଦିନିଆ ବର୍ଷ ଅସରାଏ ଯଦି ହୋଇ ଯାଏ ତେବେ କ୍ଷେତରୁ ପାଚିଲା ଧାନ କାନ୍ଧିରୁ ଭାଙ୍ଗି ଅଧା ଧାନ କ୍ଷେତରେ ରହିଯିବ ବୋଲି ଚାଷୀକୂଳ କହନ୍ତି । ।ଯାହା‘ଳରେ ଏଅଞ୍ଚଳରେ ଆର୍ଥିକମାନଦଣ୍ଡ ନିଶ୍ଚିତ ଭାବେ ଭୁଷୁଡି ପଡିବ ଏଥିରେ ତିଳେ ମାତ୍ର ଦ୍ୱିମତ ନାହିଁ ।
ନୀଳଗିରିରୁ ରତିକାନ୍ତ ପରିଡା
ନୀଳଗିରିରୁ ରତିକାନ୍ତ ପରିଡା


