ads

Breaking News

ସତ୍ୟବାଦୀ ବ୍ଳକରେ ୫୮୦ ଜଣଙ୍କୁ ନୂତନ ରାଶନ କାର୍ଡ ବଣ୍ଟିଲେ ବିଧାୟକ

ସାକ୍ଷୀଗୋପାଳ-----  ସତ୍ୟବାଦୀ ବ୍ଳକ ପରିସରରେ ଶୁକ୍ରବାର  ୨୪ ଗୋଟି ପଞ୍ଚାୟତ ମଧ୍ୟରୁ ୨୩ ଗୋଟି ଗ୍ରାମ ପଞ୍ଚାୟତର ୫୮୦ ଜଣଙ୍କୁ ନୂତନ ରାଶନ କାର୍ଡ ବିଧାୟକ ଉମାକାନ୍ତ ସମାନ୍ତରାୟ ମୁଖ୍ୟ ଅତିଥି ଭାବେ ଯୋଗଦେଇ ହିତାଧିକାରୀ ମାନଙ୍କୁ ବଣ୍ଟନ କରିଥିଲେ  । ନରେନ୍ଦ୍ରପୁର ଗ୍ରାମ ପଞ୍ଚାୟତର କେହି ହିତାଧିକାରୀ ରାଶନ କାର୍ଡ ପାଇବା ପାଇଁ ଦରଖାସ୍ତ କରିନଥିବା ଜଣାପଡିଛି । ଏହି ଅବସରରେ ଅନୁଷ୍ଠିତ ସଭାରେ ବିଧାୟକ ଉମାକାନ୍ତ ସାମନ୍ତରାୟ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜଗନ୍ନାଥଙ୍କ ପାଖରେ ଫୁଷ୍ପମାଲ୍ୟ ଓ  ପ୍ରଦୀପ ପ୍ରଜ୍ୱଳନ କରି ବଣ୍ଟନ ମେଳାକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରି ଏଣିକି ଆଉ ଯୋଗ୍ୟ ହିତାଧିକାରୀ ମାନେ ରାଶନ କାର୍ଡ ନାହିଁ ବୋଲି ଅଭିଯୋଗ କରି ପାରିବେ ନାହିଁ ବୋଲି କହିଥିଲେ  । ଯଦିବା କେହି ରାଶନ କାର୍ଡ ପାଇବାରୁ ବଞ୍ଚିତ ହୋଇଥିବେ ସେମାନ ବ୍ଳକରେ ଦରଖାସ୍ତ କଲେ ସେମାନଙ୍କୁ ବହୁ ଶିଘ୍ର ରାଶନ କାର୍ଡ ଯୋଗାଇ ଦିଆଯିବ ବୋଲି ବିଧାୟକ ଶ୍ରୀ ସାମନ୍ରାୟ କହିଥିଲେ  ।  ବ୍ଳକ ଅଧ୍ୟକ୍ଷା ସସ୍ମିତା ପ୍ରଧାନ ଅନୁଷ୍ଠିତ ସଭାରେ ଅଧ୍ୟକ୍ଷତା କରିଥିଲେ  ।
ଅନ୍ୟତମ ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟ ପ୍ରହଲ୍ଲାଦ ଘଟୁଆରୀ, ଜିଲ୍ଲା ପରିଷଦସଭ୍ୟଙ୍କ ପ୍ରତିନିଧି ଦେବାଶିଷ ରାୟ,  ବିଡିଓ ସରୋଜ କୁମାର ଦତ୍ତ, ବ୍ଳକ ଯୋଗାଣ ନୀରିକ୍ଷିକା ଜୟନ୍ତୀ ହରିଚନ୍ଦନ, ବିଧାୟକଙ୍କ ପ୍ରତିନିଧି ସୁନିଲ କୁମାର ପଣ୍ଡା, ସୁରେଶ କୁମାର ସାହୁ, ଶଙ୍କର ପ୍ରଧାନ ଓ ଆତ୍ମାର ସଭାପତି ବେବିଲାଲ ମିଶ୍ରଙ୍କ ସହ ବିଭିନ୍ନ ଗ୍ରାମ ପଞ୍ଚାୟତର ସରପଞ୍ଚ ଓ ସମିତିସଭ୍ୟସଭ୍ୟା ମାନେ ଉପସ୍ଥିତ ରହିଥିଲେ  । ବଣ୍ଟନ ମେଳାକୁ ଉପାଧ୍ୟକ୍ଷ ବିକ୍ରମ କୁମାର ଜେନା ସଂଯୋଜନା କରିଥିଲେ  । ବ୍ଳକର ଯୋଗାଣ ବିଭାଗର କର୍ମଚାରୀ ଓ ବ୍ଳକର କର୍ମଚାରୀ ମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ  । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି

ads

Blog Archive