ads

Breaking News

ରାଜ୍ୟ ଜଳସମ୍ପଦ ବିଭାଗର ସ୍ୱତନ୍ତ୍ର ସଚିବଙ୍କ ଡେଲାଙ୍ଗ ବ୍ଳକ ଗସ୍ତ

 D Senapati
Delang 
ଡେଲାଙ୍ଗ ---- ରାଜ୍ୟ ସରକାରଙ୍କ ଜଳ ସମ୍ପଦ ବିଭାଗର ସ୍ୱତନ୍ତ୍ର ସଚ୍ଚିବ ଅର୍ଚ୍ଚନା ପଟ୍ଟନାୟକ ଡେଲାଙ୍ଗ ବ୍ଳକ ଗସ୍ତ କରିଛନ୍ତି । ତାଙ୍କ ସାଙ୍ଗରେ ପୁରୀ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ବିଶାଲ ସିଂ ରହିଥିଲେ  । ପ୍ରଥମେ ହରିରାଜପୁର ଗ୍ରାମ ପଞ୍ଚାୟତର ପ୍ରାଥମିକ ବିଦ୍ୟାଳୟ,ଅଙ୍ଗନୱାଡି କେନ୍ଦ୍ର ଓ ସେଠାରେ ନିର୍ମିତ ହୋଇଥିବା ପାନୀୟ ଜଳ ପ୍ରକଳ୍ପ ପରିଦର୍ଶନ କରିବା ସହ ଅଧିକାରୀ ଓ ଜନସାଧାରଣଙ୍କ ସହିତ ସୁବିଧା ଓ ଅସୁବିଧା ସମ୍ପର୍କରେ ଆଲେଚନା କରିଥିଲେ  । ସେଠାରେ ମିଶନ ଶକ୍ତି ମହିଳା ମହାସଂଘର ଛତୁଆ ପ୍ରସ୍ତୁତି ପ୍ରକଳ୍ପ ଓ ରଖାଯାଇଥିବା ଗହମ ଦେଖିବା ସହିତ ପ୍ରସ୍ତୁତି ହୋଇଥବା ଛତୁଆର ମାନ ଗୁଣ ପରୀକ୍ଷା କରି ଖୁସି ହୋଇଥବାର ଦେଖାଯାଇଥିଲା  । ସେଠାରୁ ଡେଲାଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରିଥିଲେ  ।  ସ୍ୱାସ୍ଥ୍ୟକେନ୍ଦ୍ର ପରିସର ସଫେଇ ଦେଖି ଖୁସି ହେବାସହ ତିନିତିନି ଥର କାୟାକଳ୍ପ ପୁରଷ୍କାର ପାଇଥବାରୁ କର୍ମଚାରୀ ଓ ସ୍ଥାନୀୟ ଜନସାଧାରଣଙ୍କୁ ସାଦୁବାଦ ଜଣାଇଥିଲେ  ।  ଗୋଷ୍ଠୀ ଓ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ନ ଥବାରୁ ସମସ୍ତ ରେଗାୀ ମାନଙ୍କୁ ବାହାରକୁ ପଠାଯାଉଛି ବୋଲି ଡେଲାଙ୍ଗ କୋଠ ବାଡ ଗ୍ରାମ ପଞ୍ଚାୟତର ସରପଞ୍ଚଙ୍କ ପ୍ରତିନିଧି ତଥା ମୁନିଦା ଗ୍ରାମ ପଞ୍ଚାୟତର ସମିତିସଭ୍ୟ ଦୁର୍ଗା ଚରଣ ରାଉତରାୟ ଙ୍କ ସହିତ ସ୍ଥାନୀୟ ଜନସାଧାରଣ ଅଭିଯୋଗ କରିଥିଲେ  । ଅଭିଯୋଗ ଶୁଣିବା ପରେ ତୁରନ୍ତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ସଚ୍ଚିବ ପ୍ରତିଶ୍ରୁତି ଦେଇଥିଲେ  ।  ଅନ୍ୟ ମାନଙ୍କ ମଧ୍ୟରେ ବ୍ଳକ ଅଧ୍ୟକ୍ଷ ପ୍ରସନ୍ନ ସାହୁ, ବିଡିଓ କ୍ଷୀରୋଦ୍ର ପ୍ରଧାନ, ସିଡିପିଓ କାମନି ପ୍ରଭା ସ୍ୱାଇଁ, ଜଳ ପରିମଳ ବିଭାଗର ସହକାରୀ ଯନ୍ତ୍ରୀ ଆଲୋକ ରଞ୍ଜନ ପଣ୍ଡା, କନିଷ୍ଠ ଯନ୍ତ୍ରୀ ବିଜୟ ଲକ୍ଷ୍ମୀ ଓଝା, ସ୍ୱାଗତିକା ପ୍ରଧାନ, ବିଶ୍ୱମୋହନ ପଟ୍ଟନାକୟ, ମିଶନ ଶକ୍ତି ମହିଳା ମହାସଂଘର ସମ୍ପାଦିକା ବାସନ୍ତୀ ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ  ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି

ads

Blog Archive