ads

Breaking News

ଅତାବିରାରେ ଅଷ୍ଟପ୍ରହରୀ ନାମଯଜ୍ଞ


N Das
Baragarh
ବରଗଡ଼--- ବରଗଡ଼ ଜିଲ୍ଲା ଅତାବିରା ଏନଏସି ସ୍ଥିତ ୱାର୍ଡ ନଂ ୭ ରେ କଳସ ଯାତ୍ରା ସହ ଅଷ୍ଟପ୍ରହରୀ ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ସ୍ଥାନୀୟ ଶ୍ରୀ ରାମ ବାବା ମଠ ଠାରୁ ନଗର ପରିକ୍ରମା କରି ଶାନ୍ତି ପଡା ସ୍ଥିତ ପୂଜା ମଣ୍ଡପ ସମୀପରେ କଳସ ସ୍ଥାପନ ହେବା ପରେ ପୂଜା କାର୍ଯ୍ୟ ଆରମ୍ଭ ହେବା ପରେ ନାମ ସଂକୀର୍ତ୍ତନ୍ୟ ଆରମ୍ଭ ହୋଇଥିଲା। କର୍ତ୍ତାକର୍ତ୍ରୀ ଭାବେ ଲଳିତ ପଧାନ ଓ ତାଙ୍କ ପତ୍ନୀ କୌଶଲ୍ୟା ପଧାନ ରହିଛନ୍ତି । ମୁଖ୍ୟ ପଣ୍ଡିତ ଶ୍ରୀ ନିରଞ୍ଜନ ପାଣିଗ୍ରାହୀ ଓ ତାଙ୍କ ସହଯୋଗୀ ଭାବେ ସୌରୀ ଶଙ୍କର ଶତପଥୀ, ପୁରୋହିତ ପୂଜା ଦାଇତ୍ୱ ତୁଲାଉଛନ୍ତି।ଏଥିରେ ଜାମଟିକ୍ରା,ପରମାନ ପୁର,ଲାଦେର ପାଲି ଓ ଆସନ୍ତା କାଲି ପୂର୍ଣ୍ଣାହୁତି ସହ ବୈଠକିରେ ଗୋଡ଼ଭଗା ଓ ଖରମୁଣ୍ଡା ମହିଳା ସଂକୀର୍ତ୍ତନ୍ୟ ମଣ୍ଡଳୀ ଯୋଗଦେବେ।ଆସନ୍ତା କାଲି ଅପରାହ୍ନ ୩ ଟା ସମୟରେ ପୂର୍ଣ୍ଣାହୁତି ହେବ।ଏହି ନାମଯଜ୍ଞରେ ଶାନ୍ତିପଡା ବାସୀ ପୂର୍ଣ ସହଯୋଗୀ ରହିଥିଲେ।
ବରଗଡ଼ରୁ ନବୀନ ଦାଶଙ୍କ ସହ ସ୍ଵଦିପ ଅଗ୍ରୱାଲଙ୍କ ରିପୋର୍ଟ...

ads

Blog Archive