 |
| Batagarh |
ବରଗଡ଼--- ବରଗଡ଼ ଜିଲ୍ଲା ଅତାବିରା ଅନ୍ତର୍ଗତ ଝିଲିମିଣ୍ଡା ଜଗନ୍ନାଥ ହାଇସ୍କୁଲରେ ମଣ୍ଡଳସ୍ତରୀୟ ବିଜ୍ଞାନମେଳା ଅନୁଷ୍ଠିତ ହୋଇଯାଇଛି। ବ୍ଲକ ଶିକ୍ଷା ଅଧିକାରୀ ରାଜାରାମ ମେହେରଙ୍କ ସଭାପତିତ୍ୱରେ ଆୟୋଜିତ ଏହି ମେଳାରେ ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ମୂଖ୍ୟ ଅତିଥିଭାବେ ଯୋଗ ଦେଇ ବିଜ୍ଞାନମେଳା କୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଅତିରିକ୍ତ ଶିକ୍ଷାଅଧିକାରୀ ରାଜକିଶୋର ପୁଝାରୀ,ଅବସର ପ୍ରାପ୍ତ ବ୍ୟାଙ୍କ କର୍ମଚାରୀ ଓଁକାରନାଥ ବାବୁ,ସ୍କୁଲର ପ୍ରଧାନ ଶିକ୍ଷକ ଗୋପାଳକୃଷ୍ଣ ଦ୍ୱାରୀ ସମ୍ବାନୀତ ଅତିଥିଭାବେ ଭାବେ ଯୋଗଦେଇଥିଲେ। ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ସ୍ୱାଗତ ସଙ୍ଗୀତ ଗାନ ହୋଇଥିଲା। ବିଭିନ୍ନ ସ୍କୁଲରୁ ୧୮୦ଟି ପ୍ରକଳ୍ପ ବିଜ୍ଞାନମେଳାରେ ସ୍ଥାନ ପାଇଥିଲା । ବିଚାରକ ଭାବେ ମନୋଜକୁମାର ଭୋଇ,କେଦାର ସାହୁ ଓ ଟଙ୍କଧର ପ୍ରଧାନ ଦାଇତ୍ୱ ତୁଲାଇଥିଲେ। ମନୋନୀତ ପ୍ରକଳ୍ପ ଗୁଡିକ ଜିଲ୍ଲା ସ୍ତରରେ ଭାଗନେବେ ।ଏହି ବିଜ୍ଞାନମେଳା କୁ ପ୍ରଦୀପ ଦାଶ,ନନ୍ଦଲାଲ ବିଶ୍ୱାଳ,ବାଳମୁକୁନ୍ଦ ସାହୁ,ନିତ୍ୟା ପଧାନ,ହିମାଂଶୁ ଶେଖର ସାହୁ,ଲବ ସାହୁ,ଧର୍ମରାଜ ପଧାନ,ମନୋରଞ୍ଜନ ମିଶ୍ର,ବିରେନ୍ଦ୍ର ଭୋଇ,ମୁନି ଭୋସାଗର,ନିଶିକାନ୍ତ ପଣ୍ଡା ତଥା ସମସ୍ତ ଶିକ୍ଷକ/ଶିକ୍ଷୟିତ୍ରୀ ପରିଚାଳନାରେ ସହଯୋଗ କରିଥିଲେ। ଉଦଯାପନୀ ଉତ୍ସବରେ ବ୍ଲକ ଅଧ୍ୟକ୍ଷା ରୀତା ସାହୁ ମୂଖ୍ୟ ଅତିଥି ରୂପେ ଯୋଗଦେଇଥିବାବେଳେ ଝିଲିମିଣ୍ଡା ସରପଞ୍ଚ ସୁଧୀର ପଧାନ ଓ ପଞ୍ଚାୟତ ସମିତି ସଭ୍ୟ ପ୍ରଦୀପ ଭୁଏ ସମ୍ବାନୀତ ଅତିଥି ରୂପେ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ।
ବରଗଡ଼ରୁ ନବୀନ ଦାଶଙ୍କ ସହ ସ୍ଵଦିପ ଅଗ୍ରୱାଲଙ୍କ ରିପୋର୍ଟ....