ଅତାବିରା ଅଞ୍ଚଳରେ ଭୁତ କରୁଛି ଅନେକ ଜନ ହିତକର କାର୍ଯ୍ୟ
ବରଗଡ଼ ----ସାବଧାନ,ଅତାବିରା ଅଞ୍ଚଳରେ ଭୁତ କରୁଛି ଅନେକ ଜନ ହିତକର କାର୍ଯ୍ୟ। ସରକାର କିଛି ଲୋକଙ୍କ ସୁବିଧା ସୁଯୋଗ ନିମନ୍ତେ ଅନେକ ଯୋଜନା ମାନ ତିଆରି କରି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ।ସତ ହେଲେ କିଛି ଲୋକଙ୍କ ସ୍ୱାର୍ଥହାସଲ ପାଇଁ ସେଗୁଡିକ ସଫଳ ରୂପାୟନ ହେଇପାରୁନାହିଁ। ତେବେ ବରଗଡ଼ ଜିଲ୍ଲାର ଅତାବିରା ଅଞ୍ଚଳରେ ଅନୁଦାନ ଆସି ପ୍ରକଳ୍ପ ମାନ ହୋଇ ଯାଉଛି ମାତ୍ର ରକ୍ଷଣାବେକ୍ଷଣ ଅଭାବରୁ ପରିତ୍ୟକ୍ତ ଅବସ୍ଥାରେ ପଡିରହି ଲୋକଙ୍କ ବ୍ୟବହାର ଯୋଗ୍ୟ ହେଇ ପାରୁନାହିଁ। ଯାହାର ଜ୍ୱଳନ୍ତ ଉଦାହରଣ ବରଗଡ଼ଜିଲ୍ଲା ଅତାବିରା ଏନଏସି ସ୍ଥିତ ୭ନଂ ୱାର୍ଡ ଶାନ୍ତିପଡା ଠାରେ ୫ହଜାର ଲିଟରର ଏକ ସୋଲାର ପାନୀୟଜଳ ପ୍ରକଳ୍ପ ନିର୍ମାଣ କରାଯାଇଛି।ହେଲେ ପ୍ରକଳ୍ପଟି ନିର୍ମାଣ ହେବା ପୂର୍ବରୁ ସ୍ଥାନ ନିରୂପଣ କଲା କିଏ,ନିର୍ମାଣ କଲା କିଏ,ଉଦଘାଟନ କରିଛି କିଏ ଏବଂ ଏହାର ଅଟକଳ ମୂଲ୍ୟ କେତେ ଓ ତାହାର ରକ୍ଷଣାବେକ୍ଷଣ ଦାଇତ୍ୱ କାହାର। ଯାହା ଦୀର୍ଘ ସାତ/ଆଠ ମାସ ହେବ ଅନବରତ ଭାବେ ପାଣି ବହାରି ଚାଲିଛି । ଅନ୍ୟ ପକ୍ଷେ ରାଜ୍ୟ ସରକାର ଜଳ ସଂରକ୍ଷଣ ପାଇଁ ଚିନ୍ତା କରୁଥିବା ବେଳେ ଏଠାରେ ଠିକ ଓଲଟା ଦେଖିବାକୁ ମିଳିଛି । ଅତାବିରା ଏନଏସି ୧୨ଟି ୱାର୍ଡକୁ ନେଇ ଗଠିତ ହୋଇଥିବାବେଳେ ଦୀର୍ଘ ସାତ ବର୍ଷରୁ ଉର୍ଦ୍ୱ ବିତିଯାଇଛି। ହେଲେ ଏବେବି ମୌଳିକ ସୁବିଧାରୁ ବଞ୍ଚିତ ରହିଛନ୍ତି ଲୋକେ।ଯାହାକି ମୁଖ୍ୟ ସମସ୍ୟା ପାନୀୟଜଳ ପାଲଟିଛି।କୋଉଠି ଟୋପେ ପାଣି ପାଇଁ ଡହଳ ବିକକ ହେଉଥିବାବେଳେ ଅନେକ ସ୍ଥାନରେ ପାଣି ବହି ନଷ୍ଟ ହେଇଯାଉଛି ତ ଆଉ ଅନେକ ସ୍ଥାନରେ ନଳକୂପ ମାନ ଚୋରି ହୋଇଯାଇଛି।ପାନୀୟଜଳ ଯୋଗାଣ ବିଭାଗ ତଥା ପି.ଏଚ.ଡି,ଆର ଡବ୍ଲୁ ଏସଏସ,ଏନଏସିକୁ ଯୋଗାଯୋଗ କରିବାରୁ କିଏ କରିଛି,ରକ୍ଷଣାବେକ୍ଷଣ ଦାୟିତ୍ୱ କାହାର ବିଭାଗୀୟ କର୍ତ୍ତୃପକ୍ଷ ମାନେ ଆମେ ଜାଣି ନାହୁଁ ବୋଲି କହିଥିଲେ।ତେବେ ଏହି ସୋଲାର ପାନୀୟଜଳ ପ୍ରକଳ୍ପ କାହା ସ୍ୱାର୍ଥରେ ଓ କେଉଁ ଉଦ୍ଧେଶ୍ୟରେ ତିଆରି ହୋଇଛି ତାହା ଜଣାପଡୁ ନାହିଁ । ଲୋକଙ୍କ ପାନୀୟଜଳ ପାଇଁ ନା ଚାଷ ଜମି ପାଇଁ ବୋଲି ଲୋକଙ୍କ ମନରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ଯାହାକି ଅନବରତ ଭାବେ ପାଣି ବହି ରକ୍ଷଣାବେକ୍ଷଣ ବହି ଜଳସ୍ତର କମିଯାଉଥିବାବେଳେ ଅତି ନିମ୍ନମାନର କାମ ହୋଇଥିବାରୁ କେତେବେଳେ ଯେ ଭୁଶୁଡି ପଡିବ କିଛି କହି ହେଉନାହିଁ ବୋଲି ଲୋକେ କହନ୍ତି।ଏଣୁ ଏଥିପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟିଦେଇ ତୁରନ୍ତ ସମସ୍ୟାର ସମାଧାନ କରିବାକୁ ଜନସାଧାରଣରେ ଦାବି ହେଉଛି।
ବରଗଡ଼ରୁ ନବୀନ ଦାଶଙ୍କ ସହ ସ୍ବଦିପ ଅଗ୍ରବାଳଙ୍କ ରିପୋର୍ଟ



