ads

Breaking News

ସଂସ୍କୃତ ଅଧ୍ୟାପକଙ୍କ ଅକାଳ ବିୟୋଗ



ନୟାଗଡ଼-----ନୟାଗଡ଼ ଜିଲ୍ଲା ଓଡ଼ଗାଁରେ ଥିବା ରଘୁନାଥ ସମବାୟ ମହାବିଦ୍ୟାଳୟରେ ସଂସ୍କୃତ ବିଭାଗର ବିଭାଗୀୟ ମୁଖ୍ୟ ଶ୍ରୀଯୁକ୍ତ ପ୍ରଦୀପ୍ତ କୁମାର ସାଥୁଆଙ୍କର ଗତ କାଲି ଅକାଳ ବିୟୋଗ ଘଟିଛି।ସେ ନୟାଗଡ଼ ଜିଲା କାଲିକା ପ୍ରସାଦ ଅନ୍ତର୍ଗତ ମାନପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ।ମାତ୍ର ୫୧ ବର୍ଷ ବୟସରେ ତାଙ୍କର ଅକାଳ ବିୟୋଗ ଘଟିଛି। ଦୀର୍ଘଦିନ ଧରି ମଧୁମେହ ରୋଗରେ ପୀଡ଼ିତ ଥିଲେ।ଗତକାଲି କଟକସ୍ଥିତ ଏକ ଘରୋଇ ଚିକିତ୍ସାଳୟରେ ହୃଦ୍ ଘାତ ଯୋଗୁଁ ତାଙ୍କର ଦେହାନ୍ତ ଘଟିଛି।ସେ ଧର୍ମପରାୟଣ ଏବଂ କର୍ତ୍ତବ୍ୟନିଷ୍ଠ ଥିଲେ।ଅନେକ ସ୍ବେଚ୍ଛାସେବୀ ଅନୁଷ୍ଠାନ ତଥା ଧର୍ମାନୁଷ୍ଠାନ ସହ ସେ ଜଡିତ ଥିଲେ।ଅସୁସ୍ଥତା କାରଣରୁ ଶାରୀରିକ ଭାବେ ଦୁର୍ବଳ ଥିଲେ ମଧ୍ୟ ମାନସିକ ଭାବେ ସେ ଖୁବ ସବଳ ଥିଲେ।ଅସୁସ୍ଥ ଥାଇ ମଧ୍ୟ ଦୁଇଦିନ ପୂର୍ବେ ସେ ମହାବିଦ୍ୟାଳୟକୁ ଆସି ଶିକ୍ଷାଦାନ କରିଥିଲେ ଏବଂ ଘରକୁ ଯାଇ ଅସୁସ୍ଥ ହୋଇପଡିଥିଲେ।ପ୍ରଥମେ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହେବା ପରେ ତାଙ୍କୁ କଟକର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା।ଚିକିତ୍ସିତ ହେବାର ମାତ୍ର ଏକଘଣ୍ଟା ପରେ ସେ ଶେଷ ନିଃଶ୍ବାସ ତ୍ୟାଗ କରିଥିଲେ।
  ତାଙ୍କ ଅକାଳ ବିୟୋଗରେ ମହାବିଦ୍ୟାଳୟରେ ତଥା ସମଗ୍ର ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି।ତାଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ମହାବିଦ୍ୟାଳୟରେ ଏକ ଶୋକସଭାର ଆୟୋଜନ କରାଯାଇଥିଲା। ନୟାଗଡ଼ରୁ ସୁଦୀପ୍ତ କୁମାର ଦଳେଇ

ads

Blog Archive